ମୁଣ୍ଡରେ ବନ୍ଧୁକ ଲଗାଇ କୋଟିଏ ଟଙ୍କାର ଗହଣା ଲୁଟ୍‌: ହାତଗୋଡ଼ ବାନ୍ଧି ପରିବାରକୁ ନିସ୍ତୁକ ପିଟିଲେ

Advertisment

ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଟେରାଙ୍କ ଆତଙ୍କରାଜ। ଜଣେ ଗହଣା ବ୍ୟବସାୟୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା....

ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଟେରାଙ୍କ ଆତଙ୍କରାଜ। ଜଣେ ଗହଣା ବ୍ୟବସାୟୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା....

ffhbvvbgh

ଖଇରା: ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ପ୍ରହରାଜପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଲୁଟେରାଙ୍କ ଆତଙ୍କରାଜ। ଜଣେ ଗହଣା ବ୍ୟବସାୟୀଙ୍କ ଘରେ ପଶି ଦୁର୍ବୃତ୍ତମାନେ ପରିବାର ସଦସ୍ୟଙ୍କ ହାତଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହ ମୁଣ୍ଡରେ ବନ୍ଧୁକ ଲଗାଇ କୋଟିଏ ଟଙ୍କାର ସୁନା, ରୁପା ସହ ନଗଦ ଟଙ୍କା ଲୁଟି ନେଇଛନ୍ତି। 

ପ୍ରହରାଜପୁର ଗ୍ରାମର ସଞ୍ଜୟ କୁମାର ସାହୁଙ୍କ ତୁଡ଼ିଗଡ଼ିଆ ବଜାରରେ ଏକ ଗହଣା ଦୋକାନ ରହିଛି। ସେ ରାତିରେ ଦୋକାନ ବନ୍ଦ କରି ସମସ୍ତ ସୁନା ଓ ରୁପା ଅଳଙ୍କାର ନେଇ ଘରକୁ ଆସିଥାନ୍ତି। ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ବେଳେ ୫ ଜଣ ଦୁର୍ବୃତ୍ତ ତାଙ୍କ ଘରର ଗ୍ରିଲ୍‌ ଓ କବାଟ ଭାଙ୍ଗି ଭିତରେ ପଶିଥିଲେ। ସଞ୍ଜୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ଏକ କ୍ରିକେଟ୍‌ ବ୍ୟାଟ୍‌ରେ ନିସ୍ତୁକ ପିଟିଥିଲେ। ସେହିପରି ତାଙ୍କ ମାଆ, ପତ୍ନୀ ଓ ଝିଅଙ୍କୁ ପିଟିବା ସହ ହତ୍ୟା ଧମକ ଦେଇଥିଲେ। ପରେ ସମସ୍ତଙ୍କ ହାତଗୋଡ଼ ବାନ୍ଧି ଏକ କୋଠରିରେ ପୂରାଇ ଦେଇଥିଲେ।

ହାତଗୋଡ଼ ବାନ୍ଧି ପରିବାରକୁ ନିସ୍ତୁକ ପିଟିଲେ
ଦୁର୍ବୃତ୍ତଙ୍କ ମାଡ଼ରେ ବୃଦ୍ଧା ଗୁରୁତର

 ଆଲ୍‌ମାରିରେ ଥିବା ଗୋଟିଏ ସୁନାହାର, ଗୋଟିଏ ରାଣୀହାର, କିଛି ଲକେଟ୍‌, ୪ ହଳ କାନଫୁଲ, ୩ଟି ଚେନ୍‌, ୪ଟି ମୁଦି, ୪ହଳ ପଲା ସହ ଦୋକାନର ପ୍ରାୟ ୮ଶହ ଗ୍ରାମର ସୁନା ଅଳଙ୍କାର, ୧ କେଜି ରୁପା ଓ ନଗଦ ୧ ଲକ୍ଷ ଟଙ୍କା ନେଇ ପଳାଇଥିଲେ। ଲୁଟ୍‌ ହୋଇଥିବା ସୁନା ଓ ରୁପାର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ ବୋଲି କୁହାଯାଇଛି। ଦୁର୍ବୃତ୍ତଙ୍କ ମାଡ଼ରେ ଗୁରୁତର ଆହତ ହୋଇଥିବା ସଞ୍ଜୟଙ୍କ ମାଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ନୀଳଗିରି ଏସ୍‌ଡିପିଓ ପ୍ରମୋଦ କୁମାର ନାୟକ, ଖଇରା ଥାନା ଦାୟିତ୍ୱରେ ଥିବା ଔପଦା ଥାନା ଅଧିକାରୀ ପ୍ରମୋଦ କୁମାର ଦାସ ସନ୍ଧାନୀ କୁକୁର ସହ ବାଲେଶ୍ୱର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe