ଡକାୟତି ଯୋଜନା ବେଳେ ଧରାପଡିଲେ:ବୋଲେରୋ, ବନ୍ଧୁକ, ମୋବାଇଲ, ଟଙ୍କା ଜବତ

Advertisment

ବଡ଼ଗାଁ ଥାନା ଅନ୍ତର୍ଗତ ମରଚିମୁଣ୍ଡା ପାଖରେ ସୋମବାର ରାତିରେ ଡକାୟତି ଯୋଜନା ଚାଲିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଅପରାଧୀଙ୍କୁ ଧରିବା ସହ ଡକାୟତି ଯୋଜନାକୁ ପଣ୍ଡ କରିଥିଲା...

ବଡ଼ଗାଁ ଥାନା ଅନ୍ତର୍ଗତ ମରଚିମୁଣ୍ଡା ପାଖରେ ସୋମବାର ରାତିରେ ଡକାୟତି ଯୋଜନା ଚାଲିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଅପରାଧୀଙ୍କୁ ଧରିବା ସହ ଡକାୟତି ଯୋଜନାକୁ ପଣ୍ଡ କରିଥିଲା...

Robbery plan caught: Bolero, gun, mobile, money seized

Robbery plan caught: Bolero, gun, mobile, money seized

ସୁନ୍ଦରଗଡ଼: ବଡ଼ଗାଁ ଥାନା ଅନ୍ତର୍ଗତ ମରଚିମୁଣ୍ଡା ପାଖରେ ସୋମବାର ରାତିରେ ଡକାୟତି ଯୋଜନା ଚାଲିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଅପରାଧୀଙ୍କୁ ଧରିବା ସହ ଡକାୟତି ଯୋଜନାକୁ ପଣ୍ଡ କରିଥିଲା ।

ଡକାୟତି ଯୋଜନା କରୁଥିବା ୫ ଜଣଙ୍କ ମଧ୍ୟରୁ ୩ ଡକାୟତଙ୍କୁ ଗିରପ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଖସି ପଳାଇଛନ୍ତି। ଗିରଫ ଡକାୟତମାନେ ହେଉଛନ୍ତି ଶଙ୍କରାପୋଷ ଗ୍ରାମର ପ୍ରଦୀପ ବୁଡ଼ା, କୁତ୍ରା ଥାନା ଜଉରାମୁଣ୍ଡା ଗ୍ରାମର ସୁଶୀଳ ଡୁଙ୍ଗଡୁଙ୍ଗ ଓ ତାଙ୍କ ଭାଇ ସଞ୍ଜୟଦୀପ ଡୁଙ୍ଗଡୁଙ୍ଗ ବୋଲି ଜଣାପଡ଼ିଛି।

ସେମାନଙ୍କ ପାଖରୁ ଓଆର ୧୬ ସି ୮୩୬୪ ନମ୍ବର ବୋଲେରୋ, ଗୋଟିଏ ଦେଶୀ ବନ୍ଧୁକ,୨ ରାଉଣ୍ଡ ଗୁଳି, ୭ ହଜାର ୫ ଶହ ଟଙ୍କା ଓ ଡକାୟତିରେ ବ୍ୟବହାର ହେଉଥିବା ଅନେକ ସରଞ୍ଜାମ ଜବତ କରାଯାଇଛି ।

ଡମ୍ବରୁଧର ନାଏକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe