ନବଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ; ସୁନା ହାର ଓ ମଙ୍ଗଳସୂତ୍ର ଛଡ଼ାଇ ନେଲେ

Advertisment
ନବଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ; ସୁନା ହାର ଓ ମଙ୍ଗଳସୂତ୍ର ଛଡ଼ାଇ ନେଲେ

ରେଢ଼ାଖୋଲ : ଶିବ ମନ୍ଦିରରୁ ଦେବ ଦର୍ଶନ ସାରି ଫେରୁଥିବା ବେଳେ ଏକ ନବଦମ୍ପତି ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ସୁନା ହାର ଓ ମଙ୍ଗଳସୂତ୍ର ଛଡ଼ାଇ ନେବା ଭଳି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କଦଳୀଗଡ଼ ଶିବ ମନ୍ଦିର ପରିସରରେ।

ପ୍ରାପ୍ତ ସୂଚନାନୁସାରେ ବୁଧବାର ସକାଳ ପ୍ରାୟ ୧୦ଟା ବେଳେ କଦଳୀଗଡ଼ ପଞ୍ଚାୟତ ମହୁଲମୁଣ୍ତା ଗ୍ରାମର ନବବିବାହିତ ଦିଲୀପ ପ୍ରଧାନ ଓ ତାଙ୍କ ପତ୍ନି ବିଜୟନୀ ବାଇକ ଯୋଗେ କଦଳୀଗଡ଼ ଶିବ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ସେମାନଙ୍କ ବାହାଘର ଗତ ୨୩ ତାରିଖରେ ହୋଇଥିବା ବେଳେ ପ୍ରଥମ ଥର ପାଇଁ ଏହି ନବଦମ୍ପତି ମନ୍ଦିରକୁ ଆସିଥିଲେ। ମାତ୍ର ପୂଜା ସାରି ଫେରୁଥିବା ବେଳେ ମନ୍ଦିର ଫାଟକ ସମ୍ମୁଖରେ ୨ ଜଣ ଦୁର୍ବୃତ୍ତ ହଠାତ ଆସି ମାରଣାସ୍ତ୍ର ଦେଖାଇ ବିଜୟନୀଙ୍କ ବେକରୁ ସୁନାହାର ଓ ମଙ୍ଗଳ ସୁତ୍ର ଲୁଟି ବାଇକ୍‌ ଯୋଗେ ଫେରାର ହୋଇଯାଇଥିଲେ। କେତେକ ପ୍ରତ୍ୟକ୍ଷଦର୍ଶୀ ସେମାନଙ୍କୁ ଧରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଦିଲୀପଙ୍କ ଅଭିଯୋଗ ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏ ନେଇ ଥାନା କେସ୍‌ ନଂ. ୨୧/୨୨ରେ ମାମଲା ରୁଜୁ କରି ପୁଲିସ୍‌ କିଛି ସନ୍ଦିଗ୍ଧଙ୍କୁ ଧରି ପଚରାଉଚରା ଜାରି ରଖିଛି।

ପ୍ରକାଶ ଥାଉ କି ରେଢ଼ାଖୋଲ ଅଞ୍ଚଳରେ କିଛି ଦିନ ହେଲା ଦୁର୍ବୃତ୍ତମାନେ ମହିଳାଙ୍କଠାରୁ ସୁନା ଗହଣା ଆଦି ଲୁଟ୍‌ କରି ଫେରାର ମାରୁଥିଲେ ହେଁ ପୁଲିସ୍‌ ସେମାନଙ୍କ ଧରିବାରେ ସଫଳ ହେଉନାହିଁ। ଏହାକୁ ନେଇ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe