ସାଙ୍କେତିକ ଫଟୋ
ଭୁବନେଶ୍ୱର: ମଡେଲ ସ୍କୁଲରେ ପ୍ରତିଷ୍ଠା ହେବ ରୋବୋଟିକ୍ ଲାବରୋଟରୀକୁ ନେଇ ସବୁଜ ସଙ୍କେତ ଦେଇଛନ୍ତି ସରକାର। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ମଡେଲ ସ୍କୁଲରେ ହେବ ପାଇଲଟ୍ ପ୍ରୋଜେକ୍ଟ । ପ୍ରଥମ ପର୍ଯ୍ୟାୟରେ ୧୦ଟି ଆଦର୍ଶ ବିଦ୍ୟାଳୟରେ ରୋବୋଟିକ୍ ଲ୍ୟାବ୍ ଖୋଲାଯିବ । ଯେଉଁଠି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଡ଼୍ରୋନ ଓ ରୋବଟ ମାଧ୍ୟମରେ ଶିକ୍ଷା ଦିଆଯିବ ।
/sambad/media/post_attachments/wp-content/uploads/2018/06/6C15CB9B-D1D3-4D6C-8A6F-75A54BCE536F_w1023_r1_s-300x169.jpg)
ବେଙ୍ଗାଲୁରୁର ଏକ ସଂସ୍ଥା ଏହି ପ୍ରକଳ୍ପ ହାତକୁ ନେଇଛି । ଏ ନେଇ ସରକାରଙ୍କ ପକ୍ଷରୁ ସ୍ଥାନ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଗଣଶିକ୍ଷା ସଚିବ । ସିରେନା ଟେକ୍ନୋଲଜି ନାମକ ସଂସ୍ଥା ଏହି ପ୍ରକଳ୍ପକୁ ଓଡିଶାରେ କାର୍ଯ୍ୟକାରୀ କରିବ । ଏହି ସଂସ୍ଥା ପୂର୍ବରୁ ବ୍ରହ୍ମପୁରର ଏକ ସ୍କୁଲରେ ପ୍ରୋଜେକ୍ଟ କରି ସାରିଛି । ସଂପୃକ୍ତ ସଂସ୍ଥା କର୍ଣ୍ଣାଟକ ସରକାରଙ୍କ ସହ ଚୁକ୍ତିଭିତିକ ଭାବେ ଅନେକ ସ୍କୁଲରେ ଏହି ପ୍ରକଳ୍ପ କରିସାରିଛି । ରୋବୋଟିକ୍ ଲାବରୋଟରୀ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସବୁପ୍ରକାର ଶିକ୍ଷା ପ୍ରଦାନ କରାଯାଇ ପାରିବ ।
  
 Follow Us