ଶୁଆକାଟି : ବସ୍ତୁଟି ରକେଟ୍ ଭଳି ଦିଶୁଥିଲା। କିଏ ଏହାକୁ ରକେଟ ଲଞ୍ଚର୍ ତ ଆଉ କିଏ ଏହାକୁ ରକେଟ୍ ବୋମା କହୁଥିଲା। ଶୁଆକାଟି ଗୋପାଳ ସାହି ନିକଟରେ ଥିବା ପରିତ୍ୟକ୍ତ ସ୍ଥାନରୁ ଏଭଳି ଏକ ବସ୍ତୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳ ସମେତ କେନ୍ଦୁଝରରେ ଆତଙ୍କ ଖେଳିଯାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସଦର ଥାନା ପୁଲିସ ଓ ଖୋଦ୍ ଏସ୍ପି ମଧ୍ୟ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଛନ୍ତି। ରକେଟ୍ ଭଳି ଦିଶୁଥିବା ଏହି ବସ୍ତୁକୁ ସଦର ଥାନାରେ ରଖାଯାଇଛି। କଟକରୁ ସାଇଣ୍ଟିଫିକ୍ ଟିମ୍ ଆସିବା ପରେ ଏହାର ପରୀକ୍ଷା କରାଯିବ। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳୁ ଶୁଆକାଟିରେ ପ୍ରବଳ ବର୍ଷା ହେଉଥିଲା। ଗୋପାଳ ସାହି ନିକଟ ଏକ ପରିତ୍ୟକ୍ତ ସ୍ଥାନରେ କେତେଜଣ ଲୋକ ଏକ ବୋଲେରୋରେ ଆସି କାଠ ବାକ୍ସ ସେଠାରେ ଫିଙ୍ଗି ପଳାଯାଇଥିଲେ।
ଶୁଆକାଟିରେ ରକେଟ୍ ବୋମା ଗୁଜବ
Advertisment
Follow Us