ସୁନ୍ଦରଗଡ଼: ଜଟିଆ ପାହାଡ଼ରୁ ପଥର ଖସି ୩୫ ଭକ୍ତ ଆହତ

ସୁନ୍ଦରଗଡ଼: ଜଟିଆ ପାହାଡ଼ରୁ ପଥର ଖସି ୩୫ ଭକ୍ତ ଆହତ

ରାଉରକେଲା: ଶୁକ୍ରବାର ପୂର୍ବାହ୍ନରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ହାତୀବାରି ଠାରୁ ୪ କିଲୋମିଟର ଦୂର ପାହାଡ଼ ଉପରେ ଥିବା ଜଟିଆବାବା ମନ୍ଦିରକୁ ଯାଉଥିବା ଦର୍ଶନାର୍ଥୀଙ୍କ ଉପରେ ପଥର ଖସିପଡ଼ିବାରୁ ଅନ୍ୟୂନ ୩୫ଜଣ ଆହତ ହୋଇଛନ୍ତି।

ଆହତଙ୍କ ମଧ୍ୟରେ ଅଛନ୍ତି ମହିଳା, ପୁରୁଷ ଓ ଶିଶୁ। ସମସ୍ତଙ୍କର ମୁଣ୍ଡ, ମୁହଁ, ଦେହ ଗୋଡ଼ହାତରେ ଆଘାତ ଲାଗିଛି।

publive-image

ମହାଶିବରାତ୍ରୀ ଉପଲକ୍ଷେ ସୁନ୍ଦରଗଡ଼ ଓ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରୁ ଅନେକ ଯାତ୍ରୀ ସମାଗମ ହୋଇଥିଲା। ଭୂଇଁ ଠାରୁ ୪୦ କିଲୋମିଟର ଉଚ୍ଚରେ ଜଟିଆ ପାହାଡ଼ରେ ଥିବା ଜଟିଆବାବା ଶିବ ମନ୍ଦିରକୁ ଯିବା ପାଇଁ ପାହଚଶ୍ରେଣୀ ରହିଛି। ପୂର୍ବାହ୍ନ ୧୦: ୩୦ ରୁ ୧୧ଟା ମଧ୍ୟରେ ଯାତ୍ରୀମାନେ ଏହି ପାହାଚ ଚଢ଼ି ମନ୍ଦିର ଆଡ଼କୁ ଯାଉଥିବା ବେଳେ ପାହାଡ଼ ଉପରୁ ଖଣ୍ଡେ ବଡ଼ ପଥର ଖସି ଗଡ଼ି ଗଡ଼ି ତଳକୁ ଆସିଥିଲା। ଗଡ଼ିବା ବାଟରେ ବଡ଼ ପଥରଟି ଅନେକ ଛୋଟ ପଥର ଖଣ୍ଡରେ ବାଜିଥିଲା। ଫଳରେ ସେଗୁଡ଼ିକ ମଧ୍ୟ ତଳକୁ ଗଡ଼ି ଆସି ଯାତ୍ରୀମାନଙ୍କ ଉପରେ ପଡ଼ିଥିଲା।

ପଥରମାଡ଼ରେ ଆହତ ୨୦ଜଣଙ୍କୁ ଚିକିତ୍ସା ନିମନ୍ତେ  ହାତୀବାରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଧିକ ଗରୁତର ସ୍ୱାସ୍ଥ୍ୟାବସ୍ଥା ଥିବା ଅନ୍ୟ ୧୫ ଜଣଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଛି।

publive-image

ପାହାଡ଼ ଉପରେ ଥିବା ସେ ବଡ଼ ପଥର ଖଣ୍ଡଟିକୁ କେହି ଠେଲି ଦେବାରୁ ତାହା ତଳକୁ ଗଡ଼ି ଆସିଛି ବୋଲି ସନ୍ଦେହ କରାଯାଉଛି।

ଘଟଣାସ୍ଥଳରେ ହାତୀବାରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe