ମହଙ୍ଗା ପଡ଼ିଲା କି ୬୦ ବର୍ଷ ମନ୍ତବ୍ୟ!

Advertisment
ଏମିତି କୌଣସି ଶକ୍ତି ନାହିଁ, ମୋତେ ଅଟକାଇ ଦେବ: ରୋହିତ

Facebook

ସମ୍ବଲପୁର : ମାତ୍ର ଗୋଟିଏ ବର୍ଷ ମଧ୍ୟରେ ପ୍ରଦର୍ଶନ ଏମିତି କଣ ଖରାପ ହେଲା ଯେ ରୋହିତ ପୂଜାରୀଙ୍କୁ ଅପମାନଜନକ ଭାବେ ମନ୍ତ୍ରିମଣ୍ଡଳରୁ ବିଦା କଲେ ମୁଖ୍ୟମନ୍ତ୍ରୀ? ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ କୌଣସି ମନ୍ତ୍ରୀଙ୍କୁ ଏଭଳି ଢଙ୍ଗରେ ବାହାର କରାଯାଇ ନଥିଲା ଯେମିତି ରୋହିତଙ୍କୁ କରାଯାଇଛି। ତୁରନ୍ତ ସରକାରୀ ଭାବେ କାରଣ ବି ଜଣାଇ ଦିଆଗଲା ଯେ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ଅତି ଖରାପ ଥିଲା। ଉକ୍ତ ନିଷ୍ପତ୍ତିକୁ ବଳ ଦେବା ପାଇଁ ସଚିବଙ୍କୁ ମଧ୍ୟ ହଟାଇ ଦିଆଗଲା। ହେଲେ ଏହି ନିଷ୍ପତ୍ତି ଯେ ସଂପୂର୍ଣ୍ଣ ପ୍ରଦର୍ଶନ ଭିତ୍ତିକ ତାହା ସହଜରେ ଗ୍ରହଣ କରିପାରୁ ନାହାନ୍ତି ରାଜନୈତିକ ସମୀକ୍ଷକ। ଏହି ଆଲୋଚନାବେଳେ ସବୁଠୁ ପ୍ରଥମେ ଯେଉଁ କଥା ଆସୁଛି ତାହା ହେଲା ନିକଟରେ ରୋହିତ ଦେଇଥିବା ମନ୍ତବ୍ୟ।

୬୦ ବର୍ଷ ପରେ ଜଣେ ନିର୍ବାଚନ ଲଢ଼ିବା କଥା ନୁହେଁ ବୋଲି ଖୋଲା ମନ୍ତବ୍ୟ ଦେଇ ଏହି ୪୯ ବର୍ଷୀୟ ରାଜନେତା ହଇଚଇ ସୃଷ୍ଟି କରିଥିଲେ। ନିଜ ନିର୍ବାଚନମଣ୍ଡଳୀ ରେଢ଼ାଖୋଲ ଓ ସେ ଆଶାୟୀ ଥିବା ସମ୍ବଲପୁର ନିର୍ବାଚନମଣ୍ଡଳୀର ଦୁଇ ପ୍ରମୁଖ ଟିକଟ ଦାବିଦାର ପ୍ରସନ୍ନ ଆଚାର୍ଯ୍ୟ ଏବଂ ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କୁ ଦୃଷ୍ଟିରେ ରଖି ରୋହିତ ହୁଏତ ଏହି ମନ୍ତବ୍ୟ ଦେଇଥିଲେ। କିନ୍ତୁ ଏହା ସାରା ରାଜ୍ୟରେ ଥିବା ବିଜେଡିର ଅଧିକାଂଶ ବରିଷ୍ଠ ରାଜନେତାଙ୍କୁ ବାଧିଥିଲା। ମୁଖ୍ୟମନ୍ତ୍ରୀ ନିଜେ ୬୦ ବର୍ଷରୁ ଅଧିକ ହୋଇଥିବାରୁ ରୋହିତ ତାଙ୍କୁ ଟାର୍ଗେଟ୍ କରିଛନ୍ତି ଓ ବିଦ୍ରୋହର ସ୍ବର ଉଠାଇଛନ୍ତି ବୋଲି ଆଲୋଚନା ହେଲା। ରୋହିତଙ୍କ ମନ୍ତବ୍ୟର ଉଦ୍ଦେଶ୍ୟ ଯାହା ଥାଉନା କାହିଁକି, ଏହା କିନ୍ତୁ ତାଙ୍କୁ ମହଙ୍ଗା ପଡ଼ିଲା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe