ସମ୍ବଲପୁର ଜିଲ୍ଲାକୁ ମିଳିଲା ମନ୍ତ୍ରୀପଦ, ରୋହିତ ପୂଜାରୀ ହେବେ ମନ୍ତ୍ରୀ!

ସମ୍ବଲପୁର ଜିଲ୍ଲାକୁ ମିଳିଲା ମନ୍ତ୍ରୀପଦ, ରୋହିତ ପୂଜାରୀ ହେବେ ମନ୍ତ୍ରୀ!

ସମ୍ବଲପୁର: ପରିଶେଷରେ ଏଥର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସମୟରେ ସମ୍ବଲପୁର ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିବା ନିଶ୍ଚିତ ହୋଇଛି। ରେଢ଼ାଖୋଲ ବିଧାୟକ ଇଂ.ରୋହିତ ପୂଜାରୀଙ୍କୁ ମିଳିବ ମନ୍ତ୍ରୀ ପଦ। ‌ଗତ ୨୦୧୪ ମସିହାରେ ମନ୍ତ୍ରିମଣ୍ଡଳ ଗଠନ ସମୟରେ ବି ପଶ୍ଚିମ ଓଡ଼ିଶାର ଏହି ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ସମ୍ବଲପୁର ପ୍ରତି ଅଣଦେଖା କରାଯାଇଥିଲା। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଆରମ୍ଭ ବେଳେ ବି ସମ୍ବଲପୁର ଜିଲ୍ଲାର କୌଣସି ବିଧାୟକଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳି ନଥିଲା। ଏକଦା ପଶ୍ଚିମ ଓଡ଼ିଶାର ଚାଣକ୍ୟ କହାଯାଉଥିବା ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲ ବିଧାୟକ ଥିବା ସମୟରେ ସମ୍ବଲପୁର ଜିଲ୍ଲା ମନ୍ତ୍ରିପଦ ପାଇଥିଲା। ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ଏବେ ପୁଣି ସେହି ରେଢ଼ାଖୋଲ ବିଧାୟକ ଭାବେ ଇଂ. ରୋହିତ ପୂଜାରୀ ମନ୍ତ୍ରୀ ହେବାକୁ ଯାଉଛନ୍ତି।

କଂଗ୍ରେସରୁ ଆସି ବିଜେଡିରେ ସାମିଲ‌ ହେବା ପରେ ରୋହିତ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ପରାଜିତ ହୋଇଥିଲେ। ‌ତେବେ, ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଭାବେ ସମ୍ବଲପୁରରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଏଥି ସହିତ ଗତ ୨ଟି ବିଧାନସଭା ନିର୍ବାଚନରେ ରେଢ଼ାଖୋଲରୁ ଜିତିବା ସହିତ ଶାସକ ଦଳର ଉପମୁଖ୍ୟ ସ‌ଚେତକ ଦାୟିତ୍ବ ତୁଳାଇ ଆସୁଛନ୍ତି। ରୋହିତ ମନ୍ତ୍ରୀ ହେବା ପରେ ବହୁ ଦିନରୁ ସମ୍ବଲପୁର ଲୋକଙ୍କ ମନରେ ଥିବା ଏବେ ଅସନ୍ତୋଷ ଦୂର ହେବାକୁ ଯାଉଛି। ସମ୍ବଲପୁର ପ୍ରତି ରାଜ୍ୟ ସରକାରଙ୍କ ଅବହେଳା କରୁଥିବା ନେଇ ଯେଉଁ ବିରୋଧୀଙ୍କ ସହ ଅଭିଯୋଗ ରହିଥିଲା, ରୋହିତଙ୍କୁ ମନ୍ତ୍ରିପଦ ଦେଇ ବିଜେଡି ଏହାର କଡ଼ା ଜବାବ ଦେଇଛି। ଏଥି ସହିତ ଆଗାମୀ ଦିନରେ ସମ୍ବଲପୁର ମହାନଗର ନିଗମ ନିର୍ବାଚନ ବେଳେ ବି ବିଜେଡି ଏଥିରୁ ଫାଇଦା ଉଠାଇବାକୁ ଚାହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe