ପର୍ଯ୍ୟଟନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରୋହିତଙ୍କ ଅନୁରୋଧ

Advertisment

ଯୁଯୁମୁରାରେ ବ୍ୟାଂକକ୍‌ ‘ସଫାରି ୱାର୍ଲ୍ଡ’ ପରି ଚିଡ଼ିଆଖାନା ପ୍ରସ୍ତାବ

ଯୁଯୁମୁରାରେ ବ୍ୟାଂକକ୍‌ ‘ସଫାରି ୱାର୍ଲ୍ଡ’ ପରି ଚିଡ଼ିଆଖାନା ପ୍ରସ୍ତାବ

ସମ୍ବଲପୁରମୁହାଁ ରୋହିତ ପୂଜାରୀ

facebook.com

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ନିର୍ବାଚନମଣ୍ଡଳି ଅନ୍ତର୍ଗତ ଯୁଯୁମୁରାରେ ବ୍ୟାଂକକ୍‌ ‘ସଫାରି ୱାର୍ଲ୍ଡ’ ଭଳି ଏକ ଚିଡ଼ିଆଖାନା ଖୋଲିବାକୁ ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ବିଧାୟକ ଇଂ ରୋହିତ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ନନ୍ଦନକାନନ ଓଡ଼ିଶାର ଏକମାତ୍ର ଚିଡ଼ିଆଖାନା ହୋଇଥିବା ସମୟରେ ଏହା ପୂର୍ବ ଓଡ଼ିଶାରେ ଅବସ୍ଥିତ। ତେଣୁ ସରକାର ରାଜ୍ୟରେ ଦ୍ବିତୀୟ ଚିଡ଼ିଆଖାନା ଖୋଲିବାକୁ ଚିନ୍ତା କରୁଥିବାରୁ ଏଥିପାଇଁ ଯୁଯୁମୁରା ପ୍ରକୃଷ୍ଟ ସ୍ଥାନ ହେବ ବୋଲି ଶ୍ରୀ ପୂଜାରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ଯୁଯୁମୁରାକୁ ଜାତୀୟ ରାଜପଥ, ରେଳ ଓ ଝାରସୁଗୁଡ଼ାରୁ ବିମାନ ଯୋଗାଯୋଗ ରହିଛି। ତେଣୁ ଏଭଳି ଏକ ସ୍ଥାନରେ ସଫାରି ୱାର୍ଲ୍ଡ ଭଳି ପିଞ୍ଜରାମୁକ୍ତ ଚିଡ଼ିଆଖାନା ଖୋଲାଯାଉ ବୋଲି ଶ୍ରୀ ପୂଜାରୀ ତାଙ୍କ ଚିଠିରେ ଲେଖିଛନ୍ତି। ଏହାବାଦ୍‌ ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରେ ୨୦୧୪ ମସିହାରେ ଏକ ଇକୋ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ସମୟରେ ତାହା ଅଦ୍ୟାବଧି ‌ଶେଷ ହୋଇନଥିବାରୁ ଏହା ଉପରେ ଗୁରୁତ୍ବାରୋପ କରିବାକୁ ସେ ଲେଖିଛନ୍ତି। ରେଙ୍ଗାଲିରେ ଥିବା ଠେଙ୍ଗୋ ଡ୍ୟାମ୍‌ର ଉନ୍ନତିକରଣ ପାଇଁ ପାଣ୍ଠି ମଞ୍ଜୁର କରିବାକୁ ଓ ଭୀମ ମଣ୍ଡଳୀରେ ଇକୋ ଟୁରିଜିମ୍‌ ପ୍ରକଳ୍ପ କରିବାକୁ ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe