ଦେଶର ବିକାଶରେ ବିଜ୍ଞାନର ଭୂମିକା ମହତ୍ତ୍ବପୂର୍ଣ୍ଣ : ଧର୍ମେନ୍ଦ୍ର

Advertisment
ଏସ୍‌ଇବିସି, ଓବିସିଙ୍କୁ ସଂରକ୍ଷଣ ଦିଅ : ଧର୍ମେନ୍ଦ୍ର

Mangalorean.com

‘ଇନୋଭେଟ୍ ଫର୍ ଇଣ୍ଡିଆ’ ଦିଗରେ କାମ କରିବାକୁ ଆହ୍ୱାନ
ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟିର ‘ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ’

ଭୁବନେଶ୍ୱର : ଦେଶର ବିକାଶ ଓ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ବିଜ୍ଞାନ, ଜ୍ଞାନକୌଶଳ, ନବଉନ୍ମେଷର ଭୂମିକା ମହତ୍ତ୍ବପୂର୍ଣ୍ଣ ବୋଲି ଆଜି ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ପକ୍ଷରୁ ଆୟୋଜିତ ଷଷ୍ଠ ଭାରତ ଆନ୍ତର୍ଜାତିକ ବିଜ୍ଞାନ ଉତ୍ସବ-୨୦୨୦ରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ‘ଆତ୍ମନିର୍ଭର ଭାରତ ଏବଂ ବିଶ୍ୱ କଲ୍ୟାଣ ପାଇଁ ବିଜ୍ଞାନ’ ଶୀର୍ଷକ ଏହି ଭର୍ଚୁଆଲ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡ୍‌-୧୯ର ପରିସ୍ଥିତି ଆଜି ନୂତନତ୍ୱକୁ ପ୍ରଧାନ୍ୟ ଦେବାର ନୂଆ ମାର୍ଗ ଦେଖାଇଛି। ପୂର୍ବାପେକ୍ଷା ବିଜ୍ଞାନର କ୍ଷମତାକୁ ଅଧିକ ସୁଦୃଢ଼ କରିବା ଗୁରୁତ୍ୱପୂର୍ଣ୍ଣ ବୋଲି ଶିକ୍ଷା ଦେଇଛି। ଦେଶର ବୈଜ୍ଞାନିକମାନେ ବାସ୍ତବ ଜୀବନର ଶିଳ୍ପ ଏବଂ ସାମାଜିକ ସମସ୍ୟାର ସମାଧାନ କରିବା ଏବଂ ‘ଇନୋଭେଟ୍ ଫର୍ ଇଣ୍ଡିଆ’ ଦିଗରେ ଅଧିକ କାମ କରିବା ଆବଶ୍ୟକ। ଦେଶର ବୈଜ୍ଞାନିକମାନେ ପ୍ରମାଣିତ କରିଛନ୍ତି ଯେ ଯେତେବେଳେ ଦେଶ ଆହ୍ୱାନର ସମ୍ମୁଖୀନ ହୁଏ ସେତେବେଳେ ସେମାନଙ୍କ ଦ୍ୱାରା ଇନୋଭେସନ୍‌ ହିଁ ଆମକୁ ସେହି ଆହ୍ୱାନରୁ ଉଦ୍ଧାର କରିଥାଏ। ମହାକାଶ ଠାରୁ କୃଷି, ଔଷଧ ଠାରୁ ତୈଳ, ଗ୍ୟାସ ଏବଂ ଇସ୍ପାତ ଯାଏଁ ଦେଶର ବୈଜ୍ଞାନିକମାନେ ଆତ୍ମନିର୍ଭର ହେବା ସହ ବିଶ୍ୱର ସାମଗ୍ରିକ କଲ୍ୟାଣ କରିବାରେ ବହୁତ ବଡ଼ ସଫଳତା ହାସଲ କରିଛନ୍ତି। ଆଇଆଇଏସ୍‌ଏଫ୍‌-୨୦୨୦ ସଫଳତା ପାଇବା ସହ ଏହା ବିଜ୍ଞାନ ଓ ସମାଜ ସହିତ ଯୋଡ଼ି ହୋଇ ଭାରତକୁ ଅଧିକ ଆତ୍ମନିର୍ଭର କରିବା ପାଇଁ ନୂଆ ନୂଆ ଉଦ୍ୟୋଗୀ ଇନୋଭେସନ୍‌ ଆଣିବା ନେଇ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷ ବର୍ଦ୍ଧନ, ଡିଏସ୍‌ଆଇଆର୍‌ର ଡିସି, ସିଏସ୍‌ଆଇଆର୍‌ ଏବଂ ସଚିବ ଶେଖର ସିଂହ ମାଣ୍ଡେ, ସିଏସ୍‌ଆଇଆର୍‌- ଆଇଏମ୍‌ଏମ୍‌ଟିର ନିେର୍ଦ୍ଦେଶକ ସୁଧାସତ୍ୱା ବାସୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe