ବାଣଭିଡ଼ା ବେଳେ ଉଡ଼ିଗଲା ଛାତ: ପାଞ୍ଚ ଛାତ୍ର ଆହତ, ଦୁଇ ଗୁରୁତର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ବାଣ ଭିଡ଼ୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୫ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି।

gdjgjgjgj

ଖଲ୍ଲିକୋଟ/ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମରେ ବାଣ ଭିଡ଼ୁଥିବା ବେଳେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୫ଜଣ ଦଶମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଏମାନେ ଆଜି ଅପରାହ୍ଣରେ ସୁବାସ ମଲ୍ଲିକଙ୍କ ନିର୍ମାଣାଧୀନ ଘରେ ବାଣ ଭିଡ଼ୁଥିବା ବେଳେ ଏହି ଅଘଟଣ ଘଟିଥିଲା।  ଆହତମାନେ ହେଲେ ମାଣିକପୁର ନୂଆସାହିର ସୀମର ଦେହୁଡ଼ି, ଆଦର୍ଶ ଗୌଡ଼, ବାଦଲ ଗୌଡ଼, ରୁଦ୍ର ଗୌଡ଼ ଓ ବବଲୁ ଗୌଡ଼। ସମସ୍ତଙ୍କ ବୟସ ୧୫ ବର୍ଷ ବୋଲି ପୁଲିସ କହିଛି। ସମସ୍ତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁଇଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି।

ଅନ୍ୟ ୩ଜଣଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ପଠାଯାଇଛି। ବିସ୍ଫୋରଣର ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ ଯେଉଁ ଘରେ ବାଣଭିଡ଼ା ଚାଲିଥିଲା ତାହାର ଛାତ ଉଡ଼ିଯାଇଛି। ଖଲ୍ଲିକୋଟ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ମାଣିକପୁର ଗାଁର ସାତବନ୍ଧ ସାହିରେ ଥିବା ଏକ ନିର୍ମାଣାଧୀନ ଘରୁ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା। ଏହା ଶୁଣି ଗାଁ ଲୋକେ ସେଠାକୁ ଦୌଡ଼ି ଯାଇଥିଲେ। ଘରେ ଥିବା କିଛି ଆସବାବପତ୍ର ଛିନଛତ୍ର ହୋଇ ଯାଇଥିବା ବେଳେ ଟିଣ ଛାତ ଉଡ଼ି ଯାଇଥିଲା। କୋଠରିରେ ୫ଜଣ ନାବାଳକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ସମସ୍ତଙ୍କର ହାତ, ଗୋଡ଼, ଛାତି ଓ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାକୁ ପଠାଇଥିଲେ। ଦୀପାବଳି ପାଇଁ ଶକ୍ତିଶାଳୀ ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe