ବଲାଙ୍ଗୀର : ବଲାଙ୍ଗୀରର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଛାତ ଭୁଶୁଡ଼ିପଡ଼ିଛି। ଫଳରେ ମାଁଙ୍କ ନୀତିକାନ୍ତି ଓ ପୂଜାପାଠ ସବୁ ଠପ୍ ହୋଇପଡ଼ିଛି। ଛାତ ଭୁଶୁଡ଼ିବା ଖବର ପାଇବା ପରେ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଭକ୍ତମାନେ ଆନ୍ଦୋଳନକୁ ଓହ୍ଲାଇ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ଝଣ୍ଡା ଧରିବା ସହିତ ଘଣ୍ଟ ବଜାଇ ଆନ୍ଦୋଳନ କରିଥିଲେ। ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଜିଲ୍ଲାପାଳ ଚଂଚଳ ରାଣା, ଉପଜିଲ୍ଲାପାଳ ଲମ୍ୱୋଦର ଧରୁଆ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଶୀଘ୍ର ମନ୍ଦିର ମରାମତିର ପ୍ରତିଶ୍ରୁତି ଦିଆଯିବା ପରେ ଅନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
ଭୁଶୁଡ଼ିଲା ସମଲେଶ୍ୱରୀ ମନ୍ଦିର ଛାତ
Advertisment
Follow Us