ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରହିଥିବା ଶିବସାଇ ଗେଷ୍ଟ ହାଉସର ରୁମ ନଂ ୨୦୧କୁ ସିଲ୍ କଲା ପୁଲିସ୍

Advertisment
ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରହିଥିବା ଶିବସାଇ ଗେଷ୍ଟ ହାଉସର ରୁମ ନଂ ୨୦୧କୁ ସିଲ୍ କଲା ପୁଲିସ୍

ଭୁବନେଶ୍ୱର: ରମାଦେବୀ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ଆଜି ଝରାଫୁଲ ଓ ତାଙ୍କ ପୁରୁଷ ବନ୍ଧୁ ରହିଥିବା ଭୁବନେଶ୍ୱରର ଶିବସାଇ ଗେଷ୍ଟ ହାଉସର ରୁମ ନଂ ୨୦୧କୁ କୁଆଖିଆ ଥାନା ପୁଲିସ୍ ସିଲ୍ କରିଥିବା ଜଣାଯାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ସାଢେ ଗୋଟାଏ ସମୟରେ ଏସଡିପିଓ ଚିନ୍ମୟ ନାୟକ ସାଇଣ୍ଟିଫିକ୍ ଟିମ୍ ସହ ଶିବସାଇ ଗେଷ୍ଟ ହାଉସରେ ପହଞ୍ଚି ରୁମ ନଂ ୨୦୧ରେ ତଦନ୍ତ କରିଥିଲେ। ସେଠାରୁ କେତେକ ତଥ୍ୟ ସଂଗ୍ରହ କରିଥିଲେ।

ଏହାପରେ ଗେଷ୍ଟ ହାଉସର ରେଜିଷ୍ଟର୍ ଓ ସିସିଟିଭି ଫୁଟେଜ୍ ଜବତ କରିଛି ପୁଲିସ୍। ଏହାଛଡ଼ା ପୁଲିସ୍ ୨ ଘଣ୍ଟା ଧରି ଯାଞ୍ଚ ପରେ ଶିବସାଇ ଗେଷ୍ଟ ହାଉସର ରୁମ ନଂ ୨୦୧କୁ କୁଆଖିଆ ଥାନା ପୁଲିସ୍ ସିଲ୍ କରିଛି। ଏହି ସମୟରେ ଗେଷ୍ଟ ହାଉସର କେଆର୍ ଟେକରଙ୍କ ବୟାନ୍ ରେକର୍ଡ କରାଯାଇଛି।
ସୂଚନାଯୋଗ୍ୟ, ରମାଦେବୀ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ୫ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛି ଯାଜପୁର ପୁଲିସ।
ତେବେ ଏ ମଧ୍ୟରେ ଜାନୁଆରି ୨୬ତାରିଖର ସିସିଟିଭ ଫୁଟେଜ ସାମ୍ନାକୁ ଆସିଛି। ଏକ ଫାଷ୍ଟଫୁଡ ଦୋକାନରେ ଲାଗିଥିବା ସିସିଟିଭିରେ ଉଭୟ ରାକେଶ ଏବଂ ଝରାଫୁଲଙ୍କୁ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ଜାନୁଆରି ୨୬ ତାରିଖ ଦିନ ୧୨.୨୦ରେ ଝରାଫୁଲ ଏବଂ ରାକେଶ ଖାଇବା ପାଇଁ ଏକ ଫାଷ୍ଟଫୁଡ ଦୋକାନରେ ପହଞ୍ଚିଥିଲେ। ସେଠାରେ ଖାଇବା ଆସିବା ପରେ ରାକଶେ ଝରାଫୁଲଙ୍କୁ ଖୁଆଇ ଦେଇଥିଲେ। ହେଲେ ଖାଦ୍ୟ ଖାଇବା ମାତ୍ରେ ଝରାଫୁଲ ଭେଁ ଭେଁ ହେଇ କାନ୍ଦିବା ସହ ପେଟରେ ଯନ୍ତ୍ରଣା ‌ହେଉଥିବା କହିଥିଲେ। ଏହାର କିଛି ସମୟ ପରେ ଝରାଫୁଲଙ୍କର ବାନ୍ତି ହୋଇଥିଲା। ବାନ୍ତି କରିବା ଦେଖି ରାକେଶ ତାଙ୍କୁ ସ୍କୁଟି ଯୋଗେ ଦିନ ୧ଟା ୫ରେ ସେଠାରୁ ନେଇ ବାହାରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe