ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତିନି ରଥର ଦଉଡ଼ି

Advertisment
ଶ୍ରୀକ୍ଷେତ୍ରରେ ପହଞ୍ଚିଲା ତିନି ରଥର ଦଉଡ଼ି

ପୁରୀ : ରଥଯାତ୍ରା ପୂର୍ବରୁ ଶନିବାର ଦିନ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦେବଦଳନର ଦଉଡ଼ି ଆସି ଶ୍ରୀକ୍ଷେତ୍ରରେ ପହଞ୍ଚିଛି। ତିନି ରଥର ୪ଟି ଲେଖାଏଁ, ମୋଟ ୧୨ ଖଣ୍ଡ ‌ଦଉଡ଼ି ଆସି ପହଞ୍ଚିଥିବା ବେ‌ଳେ ଏହାର ଲମ୍ବ ୨୨୦ ଫୁଟ ବୋଲି ଜଣାପଡ଼ିଛି। ଶନିବାର ଦିନ ବୀରପ୍ରତାପପୁର କତା ନିଗମରୁ ଏହି କତାଦଉଡ଼ି ଆସି ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାକୁ ରଖାଯାଇଛି। ପରବର୍ତ୍ତୀ ସମୟରେ କର୍ଡନ୍‌ ଓ ଅତିରିକ୍ତ ଦଉଡ଼ି ଆସିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe