ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍ ଠକେଇ ମାମଲା: ୧୧,୮୮୩ ଜମାକାରୀ ଫେରିପାଇଲେ ସାଢ଼େ ୧୦କୋଟି

Advertisment

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅଷ୍ଟମ ପର୍ଯ୍ୟାୟରେ ଟଙ୍କା ଫେରସ୍ତ କରାଯାଇଛି। ଏହି ପର୍ଯ୍ୟାୟରେ ୧୧,୮୮୩ଜଣ କ୍ଷତିଗ୍ରସ୍ତଙ୍କୁ ସାଢ଼େ ୧୦କୋଟି ଟଙ୍କା ଫେରସ୍ତ କରାଯାଇଛି।

ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅଷ୍ଟମ ପର୍ଯ୍ୟାୟରେ ଟଙ୍କା ଫେରସ୍ତ କରାଯାଇଛି। ଏହି ପର୍ଯ୍ୟାୟରେ ୧୧,୮୮୩ଜଣ କ୍ଷତିଗ୍ରସ୍ତଙ୍କୁ ସାଢ଼େ ୧୦କୋଟି ଟଙ୍କା ଫେରସ୍ତ କରାଯାଇଛି।

rose vally

ଭୁବନେଶ୍ବର: ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଅଷ୍ଟମ ପର୍ଯ୍ୟାୟରେ ଟଙ୍କା ଫେରସ୍ତ କରାଯାଇଛି। ଏହି ପର୍ଯ୍ୟାୟରେ ୧୧,୮୮୩ଜଣ କ୍ଷତିଗ୍ରସ୍ତଙ୍କୁ ସାଢ଼େ ୧୦କୋଟି ଟଙ୍କା ଫେରସ୍ତ କରାଯାଇଛି। ଷଷ୍ଠ ପର୍ଯ୍ୟାୟରେ ସର୍ବାଧିକ ୨୧ହଜାର ଜମାକାରୀଙ୍କୁ ୧୭.୨୬କୋଟି ଟଙ୍କା ଫେରସ୍ତ କରାଯାଇଥିଲା। ଏ ପର୍ଯ୍ୟନ୍ତ ଏହି ଚିଟ୍‌ଫଣ୍ଡ ଠକେଇ ମାମଲାରେ ୭୨ହଜାର ୭୬୦ଜଣ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପାଖାପାଖି ସାଢ଼େ ୫୫କୋଟି ଟଙ୍କା ଫେରସ୍ତ ଦିଆଯାଇଛି। ଆସେଟ୍‌ସ ଡିସ୍‌ପୋଜାଲ୍‌ କମିଟି(ଏଡିସି) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟା ଫଳରେ ଏହି ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିଛି। ଏଥରକୁ ମିଶାଇ ଅଷ୍ଟମ ଥର ପାଇଁ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରସ୍ତ ପାଇଥିବାରୁ ଅନ୍ୟ ଜମାକାରୀମାନଙ୍କ ଭିତରେ ଟଙ୍କା ଫେରିପାଇବାର ଆଶା ବଢ଼ିଛି। କୋଲକାତା ଇଡି ଓ ଆସେଟ୍‌ସ ଡିସ୍ପୋଜାଲ୍‌ କମିଟି(ଏଡିସି) ଅଧ୍ୟକ୍ଷ ଜଷ୍ଟିସ୍ ଦିଲ୍ଲୀପ କୁମାର ସେଠ୍‌ଙ୍କ ତତ୍ତ୍ବାବଧାନରେ ଟଙ୍କା ଫେରସ୍ତ ପ୍ରକ୍ରିୟା ଜାରି ରହିଛି। 

ସୂଚନାଯୋଗ୍ୟ ଯେ ରୋଜ୍‌ଭ୍ୟାଲି ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଇଡି ସଂସ୍ଥାର ୪୯୪କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଓ ୧୦୬୯କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଜବତ କରିଛି। ଏସବୁ ସମ୍ପତ୍ତି ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ ଓ ତ୍ରିପୁରାରେ ରହିଛି। କିନ୍ତୁ କେବଳ ପଶ୍ଚିମବଙ୍ଗରେ  ୧୧୮୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଏହି ସଂସ୍ଥା ଓଡ଼ିଶାରେ ୨୦୧୦ ମସିହାରୁ ସକ୍ରିୟ ଥିଲା। ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିବା ଏହି ସଂସ୍ଥାର ମୁଖ୍ୟ ଗୌତମ କୁଣ୍ଡୁଙ୍କୁ ୨୦୧୫ ମସିହାରେ ଗିରଫ କରାଯାଇଥିଲା। ବାଲେଶ୍ବରରେ ଏହାର ଏକ ଶାଖା ଥିଲା ଏବଂ ବିକ୍ରମଜିତ୍‌ ଭୌମିକ ଓଡ଼ିଶା ମୁଖ୍ୟ ଥିଲେ। ବିକ୍ରମ ୨୦୨୧ରେ ଗିରଫ ହୋଇଥିଲେ। ଏହି ସଂସ୍ଥା ନାଁରେ ୧୭ହଜାର କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ଏବଂ ଓଡ଼ିଶାରୁ ପ୍ରାୟ ସାଢ଼େ ୪୦୦ କୋଟି ଟଙ୍କା ଠକେଇ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe