ଓଡ଼ିଶା ଦିବସ ରାଉଣ୍ଡ ଟେବୁଲ ବୈଠକରେ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ବ

Advertisment
ଓଡ଼ିଶା ଦିବସ ରାଉଣ୍ଡ ଟେବୁଲ ବୈଠକରେ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ବ

ନୂଆଦିଲ୍ଲୀ: ଓଡ଼ିଶା ଦିବସ ଅବସରରେ ଏପ୍ରିଲ ପହିଲା ଦିନ 'ଓଡିଶା ପଜିଟିଭ୍' ଓ 'ରୁଟସ୍ ଅଫ୍ ଓଡ଼ିଶା'ର ମିଳିତ ଆନୁକୂଲ୍ୟରେ ଓଡ଼ିଶାର ଅର୍ଥନୈତିକ ବିକାଶ ବିଷୟରେ ନୂଆଦିଲ୍ଲୀରେ ଏକ ଜାତୀୟସ୍ତରର ରାଉଣ୍ଡ ଟେବୁଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ସାମାଜିକ ଗଣମାଧ୍ୟମରେ ସିଧା ପ୍ରସାରଣ ହୋଇଥିଲା।

ଏହି ଆଲୋଚନାଚକ୍ରରେ ନିଜର ବକ୍ତବ୍ୟ ଉପସ୍ଥାପିତ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ମାଇକେଲ ଜନ୍ ମାଟସେନ୍, ପଙ୍କଜ ଗୁପ୍ତା, ଅଂଶୁ ସରିନ୍, ଡ଼. ସଦାନନ୍ଦ ସାହୁ, ଡ଼. ଶ୍ରୀକାନ୍ତ ପାଣିଗ୍ରାହୀ, ଲେଫ୍ଟନାଣ୍ଟ କର୍ଣେଲ୍ ଡ଼. ପରମିନ୍ଦର କୌର, ଏବଂ ଯୋଗେନ୍ଦ୍ର ସିଂହ।
ଜାତୀୟ ରାଜଧାନୀର ବିଶିଷ୍ଟ ଚାର୍ଟାର୍ଡ଼ ଏକାଉଣ୍ଟାଣ୍ଟ୍ ସୁଧୀର ଦାଶଙ୍କ ଅଧ୍ୟକ୍ଷତାରେ ଦୁଇଘଣ୍ଟା ଧରି ଚାଲିଥିବା ଏହି ସଭାରେ ବକ୍ତାଗଣ କରୋନା ପରବର୍ତ୍ତୀ ସମୟକ୍ରମରେ ଓଡ଼ିଶାର ଶିଳ୍ପ ଓ ଅର୍ଥନୀତିକୁ ପୁନର୍ଜୀବିତ କରିବାର ବିଭିନ୍ନ ଦିଗ ସଂପର୍କରେ ଚର୍ଚ୍ଚା କରିଥିଲେ। ଅର୍ଥନୈତିକ ସମୃଦ୍ଧି ପାଇଁ ଓଡ଼ିଶାରେ ଯେ ଅଜସ୍ର ସମ୍ଭାବନା ରହିଛି ସେ ବିଷୟରେ ସହମତି ପ୍ରକାଶ ପାଇଥିଲା। ଓଡିଶାର ବିବିଧ ଶିଳ୍ପରେ ଅଧିକାଧିକ ପୁଂଜି ବିନିଯୋଗ ପାଇଁ ଆହ୍ବାନ ଦିଆଯାଇଥିଲା।

ବୈଠକର ପ୍ରାରମ୍ଭରେ ଓଡିଶା ପଜିଟିଭ୍ ଅନୁଷ୍ଠାନର ଅଧ୍ୟକ୍ଷ ସଂଜୀବ କୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମଟିର ଶେଷରେ ସୁଧୀର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe