ରାଉର‌କେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ: ବାଜିମାତ କଲେ ଦିଲୀପଙ୍କ ପ୍ୟାନେଲ

Advertisment

୧୫ରୁ ୧୩ ନିର୍ଦ୍ଦେଶକ ପ୍ରାର୍ଥୀ ବିଜୟୀ, ଆଦିତ୍ୟଙ୍କ ପ୍ୟାନେଲରେ ୨ ବିଜୟୀ

୧୫ରୁ ୧୩ ନିର୍ଦ୍ଦେଶକ ପ୍ରାର୍ଥୀ ବିଜୟୀ, ଆଦିତ୍ୟଙ୍କ ପ୍ୟାନେଲରେ ୨ ବିଜୟୀ

ରାଉର‌କେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ: ବାଜିମାତ କଲେ ଦିଲୀପଙ୍କ ପ୍ୟାନେଲ

ରାଉରକେଲା: ଶାନ୍ତିପୂର୍ଣ୍ଣ ଭାବେ ଆଜି ଶେଷ ହୋଇଛି ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ନିର୍ବାଚନ। ବାଜିମାତ୍‌ ମାରିଛନ୍ତି ଦିଲୀପ ମହାପାତ୍ରଙ୍କ ପ୍ୟାନେଲ୍‌। ମୋଟ ୧୫ ନିର୍ଦ୍ଦେଶକ ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ନିର୍ଦ୍ଦେଶକ ବିଜୟୀ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ତିନି ନିର୍ଦ୍ଦେଶକ ପୂର୍ବରୁ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଥିଲେ। ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲ୍‌ରେ ମାତ୍ର ଦୁଇ ନିର୍ଦ୍ଦେଶକ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୧୨ ୱାର୍ଡରେ ମୋଟ ୧୬ ହଜାର ୭୮୮ ଅଂଶୀଦାରଙ୍କ ମଧ୍ୟରୁ ୪ ହଜାର ୫୨୭ ଅଂଶୀଦାର ମତଦାନ କରିଥିଲେ। ଅର୍ଥାତ୍‌ ମାତ୍ର ୨୭% ଅଂଶୀଦାର ନିଜର ମତଦାନ ସାବସ୍ତ୍ୟ କରିଥିଲେ। ୩୫ଟି ଭୋଟ ନାକଚ ହୋଇଥିଲା।

ଦିଲୀପ ମହାପାତ୍ରଙ୍କ ପ୍ୟାନେଲ୍‌ରେ ୧, ୭ ଓ ୧୫ ୱାର୍ଡରୁ ଯଥାକ୍ରମେ କୃଷ୍ଣ ପଟ୍ଟନାୟକ, ଶଙ୍କର ଜେନା ଓ ସୁଜିତ ଦାସ ନିଦ୍ଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି।  ୨ ନଂ ୱାର୍ଡରୁ ରବିନ୍ଦ୍ର ନାଥ ପଣ୍ଡା, ୩ ନଂ ୱାର୍ଡରୁ ଶକ୍ତେଶ୍ବର ପାତ୍ର, ୫ ନଂ ୱାର୍ଡରୁ ସମରପ୍ରିୟ ତନ୍ତୀ, ୬ ନଂ ୱାର୍ଡରୁ ବିଜୟ କୁମାର ପ୍ରଧାନ, ୯ ନଂ ୱାର୍ଡରୁ ଅନନ୍ତ କୁମାର ଜେନା, ୧୦ ନଂ ୱାର୍ଡରୁ ସ୍ମିତା ନାୟକ, ୧୧ ନଂ ୱାର୍ଡରୁ ସଂଧ୍ୟାରାଣୀ ରାଉତ, ୧୨ ନଂ ୱାର୍ଡରୁ ପୂର୍ଣ୍ଣିମା କେର୍କେଟା, ୧୩ ନଂ ୱାର୍ଡରୁ ଦିଲୀପ କୁମାର ମହାପାତ୍ର ଓ ୧୪ ନଂ ୱାର୍ଡରୁ ରବିନ୍ଦ୍ର କୁମାର ପ୍ରଧାନ ବିଜୟୀ ହୋଇଛନ୍ତି। ସେମିତି ୪ ନଂ ୱାର୍ଡରୁ ଆଦିତ୍ୟ ମହାପାତ୍ରଙ୍କ ପ୍ୟାନେଲ୍‌ରେ ଚୌଧୁରୀ ବିଜୟ କୁମାର ପଟ୍ଟନାୟକ, ୮ ନଂ ୱାର୍ଡରୁ ଅକ୍ଷୟ କୁମାର ରାଉତ ବିଜୟୀ ହୋଇଛନ୍ତି।

ୱାର୍ଡ ନଂ ୨ରେ ଦିଲୀପ ମହାପାତ୍ରଙ୍କ ପ୍ୟାନେଲ୍‌ରେ ରବିନ୍ଦ୍ର ନାଥ ପଣ୍ଡା ୨୨୬ ଖଣ୍ଡ ଭୋଟ ପାଇଥିବାବେଳେ ଆଦିତ୍ୟଙ୍କ ପ୍ୟାନେଲର ରାଜୀବ କୁମାର ପତିହାରୀ ୧୨୨ ଖଣ୍ଡ ଭୋଟ ପାଇଥିଲେ। ୱାର୍ଡ ନଂ ୩ରେ ଶକ୍ତେଶ୍ବର ପାତ୍ର ୧୫୯ ଖଣ୍ଡ ଭୋଟ ପାଇଥିବାବେଳେ ତାପସ ପଣ୍ଡାଙ୍କୁ ୮୯ ଖଣ୍ଡ ଭୋଟ ମିଳିଥିଲା। ୱାର୍ଡ ନଂ ୪ରେ ଚୌଧୁରୀ ବିଜୟ କୁମାର ପଟ୍ଟନାୟକଙ୍କୁ ୧୮୧ ଖଣ୍ଡ ଓ ତାଙ୍କ ପ୍ରତିଦ୍ବନ୍ଦୀ ଶୈଳେନ୍ଦ୍ର କୁମାର ମାରୋଠିଆଙ୍କୁ ୧୫୪ ଖଣ୍ଡ ଭୋଟ ମିଳଥିଲା। ୱାର୍ଡ ନଂ ୫ରେ ପ୍ରଦୀପ କୁମାର ବେହେରା ୧୦୬ଖଣ୍ଡ ଓ ତାଙ୍କ ପ୍ରତିଦ୍ବନ୍ଦୀ ସମରପ୍ରିୟ ତନ୍ତୀ ୧୫୪ ଖଣ୍ଡ ଭୋଟ ପାଇଥିଲେ। ୱାର୍ଡ ନଂ ୬ରେ ବିଜୟ କୁମାର ପ୍ରଧାନଙ୍କୁ ୧୩୧ ଖଣ୍ଡ ଓ  ତାଙ୍କ ପ୍ରତିଦ୍ବନ୍ଦୀ ରୋହିତ କୁମାର ସାମଲଙ୍କୁ ୮୯ ଖଣ୍ଡ ଭୋଟ ମିଳିଥିଲା।

୧୬,୭୮୮ରୁ ମତଦାନ କଲେ ୪,୫୨୭ ଅଂଶୀଦାର

ୱାର୍ଡ ନଂ ୮ରେ ଅକ୍ଷୟ କୁମାର ରାଉତଙ୍କୁ ୨୨୬ ଖଣ୍ଡ ଭୋଟ ଓ  ଅନୀଲ କୁମାର ସିଂଙ୍କୁ ୧୭୪ ଖଣ୍ଡ ଭୋଟ ମିଳିଥିଲା। ୱାର୍ଡ ନଂ ୯ରେ ଅନନ୍ତ କୁମାର ଜେନା ୨୩୬ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ ପ୍ରତିଦ୍ବନ୍ଦୀ ଶରତ କୁମାର ପଲାଇ ୧୫୨ ଖଣ୍ଡ ଭୋଟ ପାଇଥିଲେ। ୱାର୍ଡ ନଂ ୧୦ରେ ଭାଗ୍ୟଲକ୍ଷ୍ମୀ ପଣ୍ଡା ୨୨୬ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ସ୍ମିତା ନାୟକ ୨୯୪ ଖଣ୍ଡ ଭୋଟ ପାଇଥିଲେ। ୱାର୍ଡ ନଂ ୧୧ରେ ସଂଧ୍ୟାରାଣୀ ରାଉତ ୩୦୩ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ସ୍ବାତୀସ୍ମିତା ମହାନ୍ତି ୨୪୮ ଖଣ୍ଡ ଭୋଟ ପାଇଥିଲେ। ୱାର୍ଡ ନଂ ୧୨ରେ ପୂର୍ଣ୍ଣିମା କେର୍କେଟାଙ୍କୁ ୨୫୨ ଖଣ୍ଡ ଭୋଟ ମିଳିଥିଲା। ତାଙ୍କ ପ୍ରତିଦ୍ବନ୍ଦୀ ସେରୋଫିନା ଟପ୍ପୋ ୧୪୮ ଖଣ୍ଡ ଭୋଟ ପାଇଥିଲେ। ୱାର୍ଡ ନଂ ୧୩ରେ ଦିଲୀପ ମହାପାତ୍ର ୨୪୮ ଖଣ୍ଡ ଭୋଟ ପାଇଥିବାବ‌େଳେ ତାଙ୍କ ପ୍ରତିଦ୍ବନ୍ଦୀ ପ୍ରେମାନନ୍ଦ ସାମଲ ୧୦୧ ଖଣ୍ଡ ଭୋଟ ପାଇଥିଲେ।

ୱାର୍ଡ ନଂ ୧୪ରେ ପ୍ରଦୀପ କୁମାର ପଟ୍ଟନାୟକ ୧୮୯ ଖଣ୍ଡ ଭୋଟ ପାଇଥିଲାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ରବିନ୍ଦ୍ର କୁମାର ପ୍ରଧାନଙ୍କୁ ୨୪୮ ଖଣ୍ଡ ଭୋଟ ମିଳିଥିଲା। ଦିଲୀପ ମହାପାତ୍ରଙ୍କ ପ୍ୟାନେଲର ବିଜୟୀ ନିର୍ଦ୍ଦେଶକମାନେ ବିଜୟ ପାଇଁ ରାଉରକେଲା ଅର୍ବାନ ବ୍ୟାଙ୍କର ସମସ୍ତ ଅଂଶୀଦାର, ଜମାକାରୀ ଓ ଗ୍ରାହକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ରାଉରକେଲା ବଣିକ ସଂଘ, ସହରର ସମସ୍ତ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଆର୍ଶିବାଦ ଓ ଅର୍ବାନ ବ୍ୟାଙ୍କର ପୂର୍ବତନ ସଭାପତି ରାଜେଶ ମହାପାତ୍ରଙ୍କ ସଫଳ ନେତୃତ୍ବ ଯୋଗୁ ଏହି ସଫଳତା ମିଳିପାରିଛି ବୋଲି ବିଜୟୀ ନିର୍ଦ୍ଦେଶକମାନେ  କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe