ରାଉରକେଲାକୁ ମିଳିଲା ଓଡିଏଫ୍‌ ++ ସହରର ମାନ୍ୟତା

Advertisment
ରାଉରକେଲାକୁ ମିଳିଲା ଓଡିଏଫ୍‌ ++ ସହରର ମାନ୍ୟତା

Urban Update

ରାଉରକେଲା: ରାଉରକେଲାକୁ ଓଡିଏଫ୍‌ ++ ସହରର ମାନ୍ୟତା ମିଳିଛି। ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ୟୁ.ସି.ଆଇ ସଂସ୍ଥା ତୃତୀୟ ପକ୍ଷ ଅନୁସନ୍ଧାନକାରୀ ସଂସ୍ଥା ଭାବେ କିଛି ଦିନ ତଳେ ଏହି ସର୍ବେକ୍ଷଣ କରିଥିଲେ। ସର୍ବେକ୍ଷଣ ପରେ ଏବେ ଫଳାଫଳ ପ୍ରକାଶିତ ହୋଇଛି।

ସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ, ଏବଂ ସହରର ସାମଗ୍ରିକ ସଫେଇ କାର୍ଯ୍ୟକୁ ଆଧାର କରି ଏହି ମାନ୍ୟତା ମିଳିଛି। ଗତ କିଛି ମାସ ତଳେ ରାଉରକେଲାକୁ ଓଡିଏଫ୍‌ ମାନ୍ୟତା ମିଳିଥିବା ବେଳେ ଏବେ ଓଡିଏଫ୍‌ ++ ମାନ୍ୟତା ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି। ତେବେ ଆଗକୁ ଏହି ମାନ୍ୟତାର ସ୍ଥାୟିତ୍ୱ ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେହି ଦୃଷ୍ଟିରୁ ସହରବାସୀ ଧ୍ୟାନ ଦେବା ସହ ଖୋଲାରେ ମଳ ମୂତ୍ର ଆଦି ତ୍ୟାଗ ନକରି, ସର୍ବସାଧାରଣ ଶୌଚାଳୟ ଏବଂ ଗୋଷ୍ଠୀ ଶୌଚାଳୟକୁ ବ୍ୟବହାର କରିବା ଏବଂ ଏଦିଗରେ ଅନ୍ୟମାନଙ୍କୁ ସଚେତନ କରାଇବା ଲାଗି ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

Image result for rourkela odf ++ Urban Update

ବିଶେଷ କରି ମହାନଗର ନିଗମରେ ନିୟୋଜିତ ସଫେଇ କର୍ମଚାରୀ ଏବଂ ଶୌଚାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁଁ ଏହି ସଫଳତା ମିଳିଛି। ଆଗକୁ ବି ସେମାନେ ଏହିପରି ନିଷ୍ଠାର ସହ କାର୍ଯ୍ୟ କରିବେ ଏବଂ ରାଉରକେଲା ନିଶ୍ଚିତ ଭାବେ ଓଡିଏଫ୍‌ ++ ସହର ମାନ୍ୟତା ବଜାୟ ରଖିବ ବୋଲି ମହାନଗର ନିଗମର ଡେପୁଟି କମିଶନର ସୁଧାଂଶୁ ଭୋଇ ଆହ୍ଵାନ୍‌ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe