‘ଇଟ୍‌ ସ୍ମାର୍ଟ ସିଟି’ ସଫଳତା ପାଇଁ ରାଉରକେଲା ପୁରସ୍କୃତ, ଦେଶର ୧୧ ସହର ଭିତରେ ରହିଥିଲା ରାଉରକେଲା

Advertisment
‘ଇଟ୍‌ ସ୍ମାର୍ଟ ସିଟି’ ସଫଳତା ପାଇଁ ରାଉରକେଲା ପୁରସ୍କୃତ, ଦେଶର ୧୧ ସହର ଭିତରେ ରହିଥିଲା ରାଉରକେଲା

ରାଉରକେଲା: ସର୍ବଭାରତୀୟସ୍ତରରେ ଅନୁଷ୍ଠିତ ‘ଇଟ୍‌ ସ୍ମାର୍ଟ ସିଟି’ ପ୍ରତିଯୋଗିତାରେ ଦେଶର ଶ୍ରେଷ୍ଠ ୧୧ ସହର ଭିତରେ ରହିଥିଲା ରାଉରକେଲା। ଏହି ଉପଲବ୍ଧି ପାଇଁ ଗତକାଲି ନୂଆଦିଲ୍ଲୀସ୍ଥ ଏଫ୍‌ଏସ୍‌ଏସ୍‌ଏଆଇ ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଉରକେଲା ସ୍ମାର୍ଟସିଟିକୁ ସାର୍ଟିଫିକେଟ୍‌ ଓ ଉପଢ଼ୌକନ ଦେଇ ପୁରସ୍କୃତ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କଠାରୁ ରାଉରକେଲା ସ୍ମାର୍ଟସିଟି ସିଇଓ ଡା. ଶୁଭଙ୍କର ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପ୍ରକାଶଥାଉକି, ୧୧ଟି ସହର ମଧ୍ୟରେ ରାଉରକେଲା ବ୍ୟତିତ ପାନାଜୀ, ରାଜକୋଟ, ସାଗର, ସୁରତ, ତୁମକୁରୁ, ଉଜ୍ଜୈନ, ଚଣ୍ଡିଗଡ଼, ଇନ୍ଦୋର, ଜବଲପୁର ଓ ଜମ୍ମୁ ଆଦି ସହର ରହିଥିଲେ। ଏହି ପ୍ରତିଯୋଗିତା କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟର ସ୍ମାର୍ଟ ସିଟି ମିଶନ, ଖାଦ୍ୟ ସୁରକ୍ଷା ଓ ଗୁଣବତ୍ତା କର୍ତ୍ତୃପକ୍ଷ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ଖାଦ୍ୟ ଓ କୃଷି ସଂସ୍ଥା, ଏମୟୁଏଫପିପି, ଫୁଡ୍‌ ଫାଉଣ୍ଡେସନ ତଥା ନେଟ୍‌ପ୍ରୋଫାନ (ନେଟୱର୍କ ଅଫ ପ୍ରଫେସନାଲ୍‌ସ ଅଫ ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରିସନ) ସଂସ୍ଥାର ସଦସ୍ୟମାନେ ପ୍ରତିଯୋଗିତା ମୂଲ୍ୟାଙ୍କନ କରିଥିଲେ। ଲୋକମାନଙ୍କୁ ସ୍ୱଚ୍ଛ, ଶୁଦ୍ଧ ତଥା ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe