୪ରୁ ଚାଲିବ ରାଉରକେଲା-ଚକ୍ରଧରପୁର ସ୍ବତନ୍ତ୍ର ଟ୍ରେନ୍‌

Advertisment
୪ରୁ ଚାଲିବ ରାଉରକେଲା-ଚକ୍ରଧରପୁର ସ୍ବତନ୍ତ୍ର ଟ୍ରେନ୍‌

News18

ରାଉରକେଲା: ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଦକ୍ଷିଣପୂର୍ବ ରେଳବାଇ ରାଉରକେଲା-ଚକ୍ରଧରପୁର ଓ ଚକ୍ରଧରପୁର- ଟାଟା ମଧ୍ୟରେ ଦୁଇଟି ସ୍ବତନ୍ତ୍ର ପାସେଞ୍ଜର ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୪ରୁ ପାସେଞ୍ଜର ଟ୍ରେନ୍‌ ଉଭୟ ରାଉରକେଲା ଓ ଚକ୍ରଧରପୁର ଷ୍ଟେସନରୁ ଛାଡିବ। ଅନ୍ୟ ସ୍ବତନ୍ତ୍ର ପାସେଞ୍ଜର ଆସନ୍ତା ୪ରୁ ଚକ୍ରଧରପୁର ଓ ଟାଟାନଗରରୁ ଛାଡିବ। ରାଉରକେଲା-ଚକ୍ରଧରପୁର (୦୮୧୦୭) ସକାଳ ସାଢ଼େ ୬ଟାରେ ରାଉରକେଲା ଛାଡିବ। ସାଢ଼େ ୮ଟାରେ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବ। ଚକ୍ରଧରପୁର -ରାଉରକେଲା (୦୮୧୦୮) ପାସେଞ୍ଜର ପୂର୍ବାହ୍ନ ୯ଟାରେ ଚକ୍ରଧରପୁର ଷ୍ଟେସନ ଛାଡିବ।

ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌ରେ ରାଉରକେଲା ଷ୍ଟେସନରେ ପହଞ୍ଚିବ। ଟ୍ରେନ୍‌ ରଉରକେଲା ଓ ଚକ୍ରଧରପୁର ଷ୍ଟେସନ ମଧ୍ୟସ୍ଥ ମନୋହରପୁର, ଗୋଏଲକେରା, ସୋନୁଆ ଷ୍ଟେସନରେ ରହିବ। ସେମିତି ଚକ୍ରଧରପୁର-ଟାଟାନଗର (୦୮୦୧୪) ଚକ୍ରଧରପୁର-ଟାଟାନଗର ସ୍ବତନ୍ତ୍ର ପାସେଞ୍ଜର ପୂର୍ବାହ୍ନ ୧୦ଟା ୨୦ ମିନିଟ୍‌ରେ ଚକ୍ରଧରପୁର ଷ୍ଟେସନ ଛାଡିବ। ପୂର୍ବାହ୍ନ ୧୧ଟା ୫୦ ମିନିଟ୍‌ରେ ଟାଟାନଗର ଷ୍ଟେସନରେ ପହଞ୍ଚିବ। ଅନୁରୂପ ଭାବେ ଟାଟାନଗର-ଚକ୍ରଧରପୁର (୦୮୦୧୩) ଅପରାହ୍ନ ୩ଟା ୧୫ ମିନିଟ୍‌ରେ ଟାଟାନଗର ଷ୍ଟେସନ ଛାଡିବ। ସଂଧ୍ୟା ୫ଟାରେ ଚକ୍ରଧରପୁର ଷ୍ଟେସନରେ ପହଞ୍ଚିବ। ଟ୍ରେନ୍‌ ବଡବାମ୍ବୋ, ରାଜଖରସୁଆଁ, ମହାଲିମରୁପ, ସୋନ୍‌ଗାରି, ବୀରବାନ୍‌ସ, ଗମ୍‌ହରିଆ ଓ ଆଦିତ୍ୟପୁର ଷ୍ଟେସରେ ରହିବ ବୋଲି ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବି‌ଶେଷ କରି ରାଉରକେଲାରୁ ଟାଟା ଯାଉଥିବା ଯାତ୍ରୀମାନେ ଏହି ଦୁଇଟି ପାସେଞ୍ଜର ଟ୍ରେନ ଦ୍ବାରା ବେଶ ଉପକୃତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe