ସୁପର ସ୍ପେସିଆଲିଟି ହସ୍ପିଟାଲ ଆପୋଲୋକୁ ଟେକିଦେବାକୁ ବିରୋଧ, ମାର୍ଚ୍ଚ ୧ରେ ରାଉରକେଲା ବନ୍ଦ

ସୁପର ସ୍ପେସିଆଲିଟି ହସ୍ପିଟାଲ ଆପୋଲୋକୁ ଟେକିଦେବାକୁ ବିରୋଧ, ମାର୍ଚ୍ଚ ୧ରେ ରାଉରକେଲା ବନ୍ଦ

Mapio.net

ରାଉରକେଲା : ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ ଆପୋଲୋ ହସ୍ପିଟାଲକୁ ଟେକିଦେବାକୁ ଚାଲିଥିବା ଯୋଜନାକୁ ରାଉରକେଲା ନାଗରିକ ସୁରକ୍ଷା କମିଟି ପକ୍ଷରୁ କଡା ବିରୋଧ କରାଯାଇଛି। ପ୍ରତିବାଦରେ ଆସନ୍ତା ମାର୍ଚ୍ଚ ୧ରେ ନାଗରିକ ସୁରକ୍ଷା କମିଟି ରାଉରକେଲା ବନ୍ଦ ଡାକରା ଦେଇଛି। ବନ୍ଦର ରୂପରେଖ ପ୍ରସ୍ତୁତ ପାଇଁ ଆଜି (ଶନିବାର) ସକାଳ ସାଢ଼େ ୧୧ଟାରେ ଆଦର୍ଶ ପାଠାଗାରେ ସାଧାରଣ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ ହେବ।

କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପରିବର୍ତ୍ତେ ସରକାରୀ ତହବିଲରୁ ୪୦୦ କୋଟି ଟଙ୍କା ଖର୍ଚ୍ଚ କରି ଆପୋଲୋ ଭଳି ବ୍ୟୟବହୁଳ ଘରୋଇ ଡାକ୍ତରଖାନାକୁ ଟେକି ଦେଇ ରାଉରକେଲାବାସୀଙ୍କ ପ୍ରତି ପ୍ରତାରଣା ଛଡ଼ା ଆଉ କିଛି ନୂହେଁ ବୋଲି କମିଟିର ବିଷ୍ଣୁ ମହାନ୍ତି କହିଛନ୍ତି। ଶୁକ୍ରବାର ଦିନ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ଉଦ୍ଦେଶ୍ୟରେ ଏହି ବୈଠକ ବସିଥିଲା। ହରିହର ରାଉତ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିଷ୍ନୁ ମହାନ୍ତିଙ୍କ ସହ ସଂଜୀବ କୁମାର ମହାନ୍ତି, ସୁରେଶ କୁମାର ମାଝି, ଅଜିତ ନାୟକ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ରାଜକିଶୋର ପ୍ରଧାନ, ସୁରେନ୍ଦ୍ର ଦାଶ, ସନ୍ତୋଷ କୁମାର ସାବତ,ସୁକାନ୍ତ କୁମାର ଖୁଣ୍ଟିଆ, ଅକ୍ଷୟ କୁମାର ନାୟକ, ସୁଶାନ୍ତ କୁମାର ସୁତାର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶନିବାର ଦିନ ହେବାକୁ ଥିବା ବୈଠକରେ ରାଉରକେଲାର ସକଳସ୍ତରର ଜନ ସାଧାରଣ ଯୋଗଦେଇ ରାଉରକେଲାର ସ୍ୱାଭିମାନ ରକ୍ଷା କରିବା ପାଇଁ ସୁରକ୍ଷା କମିଟି ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe