ଚାକିରି ଦେବା ନାଁରେ ବନ୍ଧମୁଣ୍ଡା ଗୀର୍ଜାରେ ଯୁବକଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ଦଲାଲକୁ ଗିରଫ କଲା ପୁଲିସ୍

Advertisment
ଚାକିରି ଦେବା ନାଁରେ ବନ୍ଧମୁଣ୍ଡା ଗୀର୍ଜାରେ ଯୁବକଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ଦଲାଲକୁ ଗିରଫ କଲା  ପୁଲିସ୍

ରାଉରକେଲା : ସିକ୍ୟୁରିଟି ଗାର୍ଡ ଚାକିରି ଦେବା ନାଁରେ ବନ୍ଧମୁଣ୍ଡା ଗୀର୍ଜାରେ ୧୨ରୁ ଅଧିକ ଯୁବକଙ୍କୁ ଲୁଚାଇ ରଖିଥିବା ଅଭିଯୋଗରେ ଜଣେ ଦଲାଲକୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ଏହି  ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି l  ଝାଡ଼ଖଣ୍ଡ ସିମଡେଗାର ୧୨ରୁ ଅଧିକ ଯୁବକଙ୍କୁ ଉଦ୍ଧାର କଲା ବନ୍ଧମୁଣ୍ଡା ପୁଲିସ l ଘଟଣାରେ ସମ୍ପୃକ୍ତ ଦଲାଲ ବନ୍ଧମୁଣ୍ଡା ବି କେବିନର ବିଲକାନ୍ ଭେଙ୍ଗରାକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲା lପରେ ତାକୁ ଗିରଫ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗୀର୍ଜାରେ ଯୁବକମାନଙ୍କୁ ଗତ ତିନି ଦିନ ଧରି ଲୁଚାଇ ରଖିଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା l ଏସଂପର୍କରେ ସ୍ଥାନୀୟ ଲୋକେ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରୁ ଝାଡ଼ଖଣ୍ଡ ସିମଡେଗାର ୧୨ରୁ ଅଧିକ ଯୁବକଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ନିଜ ନିଜ ଘରକୁ ପଠାଇବାର ବ୍ୟବସ୍ଥା କରୁଛି ପୁଲିସ। ବିଲକାନ ପୂର୍ବରୁ ଏମିତି ଠକେଇ ମାମଲାରେ ଜେଲ ଯାଇଥିଲାl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe