ରାଉରକେଲା: ହାତୀ ଆକ୍ରମଣରେ ଜଣେ ମୃତ

Advertisment
ରାଉରକେଲା: ହାତୀ ଆକ୍ରମଣରେ ଜଣେ ମୃତ

rep image

ରାଉରକେଲା: ଝାଡ଼ଖଣ୍ଡ-ରାଉରକେଲା ସୀମାନ୍ତର ନୂଆଗାଁ ବ୍ଲକ୍‌ କାଦୁପାଣି ଗୋଟିଟାଙ୍ଗର ଗାଁ’ର ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ବଡ଼ି ଭୋର୍‌ରେ ଗୋଟାଏ ହାତୀ ଦଳି ମାରି ଦେଇଛି। ମୃତ ବ୍ୟକ୍ତିଙ୍କ ନାମ ଇସାଦ୍‌ କୁଜର୍‌।

ଭୋର୍‌ରୁ ୩୫ ବର୍ଷିୟ ଇସାଦ୍‌ ଶୌଚ ହେବା ପାଇଁ ବାହାରକୁ ଯାଇଥିବାବେଳେ ସେ ଅଞ୍ଚଳରେ ଥିବା ହାତୀ ପଲରୁ ଗୋଟାଏ ହାତୀ ବାହାରି ଆସି ତାଙ୍କୁ ଦଳି ପକାଇଥିଲା।

ଖବର ପାଇ କୁଅାଁରମୁଣ୍ଡା ବନବିଭାଗର କର୍ମଚାରୀ ଏବଂ ହାତୀବାଡ଼ି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ସ୍ଥାନୀୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇବାର ବ୍ୟବସ୍ଥା କରୁଛନ୍ତି।

ମୃତ ବ୍ୟକ୍ତିଙ୍କ ପରିବାରକୁ ବନ ବିଭାଗ ୨୦ ହଜାର ଟଙ୍କା ଦେବା ସହ କ୍ଷତି ପୂରଣ ବାବଦ ବାକି ୪ ଲକ୍ଷ ଟଙ୍କା ପରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ସେ ଅଞ୍ଚଳରେ ଦୀର୍ଘ ପନ୍ଦର ଦିନ ହେବ ବଣୁଆ ହାତୀ ପଲ ଆସି ଏଣେ ତେଣେ ବୁଲା ବୁଲି କରୁଛନ୍ତି। ସେ ପଲରେ ୧୭ଟି ହାତୀ ଥିବା କଥା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe