ରାଉରକେଲା ଝିଅ ବାର୍ କାଉନ୍‌ସିଲ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦିକା

Advertisment
ରାଉରକେଲା ଝିଅ ବାର୍ କାଉନ୍‌ସିଲ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦିକା

ରାଉରକେଲା : ରାଉରକେଲା ଝିଅ ଡ. ଆନନ୍ଦିତା ପୂଜାରୀ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇଛନ୍ତି। ଏହି ପଦବୀ ପାଇବାରେ ସେ ହେଲେ ପ୍ରଥମ ଓଡ଼ିଆ ଏବଂ ସବୁଠୁ କନିଷ୍ଠ।

ଡ. ପୂଜାରୀ ରାଉରକେଲା ବାସନ୍ତୀ ନଗର ନିବାସୀ ଆଇନଜୀବୀ ଗୋବର୍ଦ୍ଧନ ପୂଜାରୀ ଓ ସ୍ବର୍ଗତା ‌େଶୖଳବାଳା ପୂଜାରୀଙ୍କ କନିଷ୍ଠ କନ୍ୟା ଏବଂ ଡ. ମନୋରଂଜନ ପଟ୍ଟନାୟକଙ୍କ ପତ୍ନୀ। ଡ. ଶ୍ରୀମତୀ ପୂଜାରୀ ସୁପ୍ରିମ କୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରୁଛନ୍ତି। ଗତକାଲି ନୂଆଦିଲ୍ଲୀଠାରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେ ଦୁଇ ବର୍ଷ ପାଇଁ ଏହି ପଦବୀରେ ରହିବେ। ଏହି ଖବର ମିଳିବା ପରେ ରାଉରକେଲାର ଆଇନଜୀବୀ ଓ ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe