ରାଜସ୍ଥାନ ପାଇଁ ଗୌରବ ରାଉରକେଲା ଝିଅ ପ୍ରିୟଦର୍ଶନୀ

ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତା‌ରେ ଦ୍ବିତୀୟ

ରାଜସ୍ଥାନ ପାଇଁ ଗୌରବ ରାଉରକେଲା ଝିଅ ପ୍ରିୟଦର୍ଶନୀ

ରାଉରକେଲା: ରାଜସ୍ଥାନ ରାଜ୍ୟ ପାଇଁ ଗୌରବ ଆଣିଲେ ରାଉରକେଲାର ଝିଅ ପ୍ରୟିଦର୍ଶନୀ ବିଶୋଇ। ବାଙ୍ଗାଲୋରରେ ଅନୁଷ୍ଠିତ ଜାତୀୟ ସିନିୟର ବର୍ଗ ଭାରୋତ୍ତୋଳନ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ୬୯ କେଜି ବର୍ଗର ବେଞ୍ଚ ପ୍ରେସ୍‌ରେ ସ୍ବର୍ଣ୍ଣ, ଡେଡ଼ଲିଫ୍ଟରେ କାଂସ୍ୟ ସହ ମୋଟ ୪ଟି ମେଡାଲ ହାସଲ କରିଛନ୍ତି। ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ରାଜ୍ୟରେ ମୋଟ ୪୭ ଜଣ ପୁରୁଷ ଓ ୩୯ ଜଣ ମହିଳା ଭାଗ ନେଇଥିଲେ। ପ୍ରିୟଦର୍ଶନୀଙ୍କ ବାପା ଗଙ୍ଗାଧର ଜଣେ ଅନ୍ତର୍ଜାତୀୟ ଭାରୋତ୍ତଳନ କୋଚ୍‌। ପ୍ରିୟଦର୍ଶନୀଙ୍କ ସେ କୋଚ୍‌ ଥିଲା।

ବାପାଙ୍କ ଠାରୁ ପ୍ରଶିକ୍ଷଣ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚାଲିଛନ୍ତି ପ୍ରିୟଦର୍ଶନୀ। ଆଗାମୀ ଦିନରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଜୟୀ ହୋଇ ମେଡାଲ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ରାଉରକେଲା ସେକ୍ଟର-୧୬ସ୍ଥ , ବି -୨୫୩ରେ ରହୁଥିବା ପ୍ରିୟଦର୍ଶନୀ ଏବେ ରାଜସ୍ଥାନରେ ରେଳବିଭାଗରେ ଟିଟିଆଇ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କ ପିତା ଗଙ୍ଗାଧର ବି‌ଶୋଇ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) କୋକେ ଓଭେନ ବିଭାଗରେ କାର୍ଯ୍ୟକରନ୍ତି। ମା’ ରିନାରାଣୀ ବିଶୋଇ ଗୃହିଣୀ। ପ୍ରିୟଦର୍ଶନୀ କହିଛନ୍ତି, ପିଲାଟି ଦିନରୁ ତାଙ୍କର ଖେଳ ପ୍ରତି ଅହେତୁକ ଦୁର୍ବଳତା ରହିଥିଲା। ବାପା କୋଚ୍‌ ଥିବାରୁ ଭାରୋତ୍ତ‌ୋଳନ ପ୍ରତିଯୋଗିତାକୁ ବିଶେଷ ଗୁରୁତ୍ବ ଦେଉଥିଲେ। ବାପାଙ୍କ ଠାରୁ ଉଚିତ ପ୍ରଶିକ୍ଷଣ ନେବା ପରେ ପ୍ରଥମେ ଜିଲ୍ଲା, ରାଜ୍ୟ ଓ ଶେଷରେ ଜାତୀୟ ଓ ଅର୍ନ୍ତଜାତୀୟ ପ୍ରତ‌େିଯାଗିତାରେ ଭାଗ ନେବାକୁ ସୁଯୋଗ ପାଇଥିଲେ। ସଫଳତା ପାଇଁ ରେଳ ବିଭାଗରେ ଚାକିରି ପାଇଲି। ବର୍ତ୍ତମାନ ରାଜସ୍ଥାନ ରାଜ୍ୟରୁ ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତା ଭାଗ ନେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe