୪ରୁ ପୁଣି ଚାଲିବ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌

Advertisment
୪ରୁ ପୁଣି ଚାଲିବ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌

ଭୁବନେଶ୍ୱର : ଫେବ୍ରୁଆରି ୪ ତାରିଖରୁ ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌ ଟ୍ରେନ୍‌ ପୁଣି ଚଳାଚଳ କରିବ। ଏହା ସାମୟିକ ଭାବେ ସପ୍ତାହକୁ ତିନିଦିନ ଚାଲିବ। ଆଜି ଏ ନେଇ ପୂର୍ବତଟ ରେଳ ସୂଚନା ଦେଇଛି। ଏହି ସୂଚନା ମୁତାବକ ଆସନ୍ତା ୪ ତାରିଖରୁ ଟ୍ରେନ୍‌ ନଂ ୧୮୧୦୭ ରାଉରକେଲାରୁ ପ୍ରତି ରବିବାର, ମଙ୍ଗଳବାର, ଗୁରୁବାର ଦିନ ଯାତ୍ରା କରିିବ। ସେହିପରି ଟ୍ରେନ୍‌ ନଂ ୧୮୧୦୮ କୋରାପୁଟରୁ ପ୍ରତି ସୋମବାର, ବୁଧବାର, ଶୁକ୍ରବାର ଦିନ ଯାତ୍ରା କରିବ। ଏହି ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌ ଟ୍ରେନ୍‌ ପୂର୍ବ ଭଳି ନିର୍ଦିଷ୍ଟ ରହଣୀ, ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

publive-image

ଉଲ୍ଲେଖଯୋଗ୍ୟ, ଗତବର୍ଷ ଜୁଲାଇ ୧୬ ତାରିଖରେ ରାୟଗଡ଼ା ଜିଲ୍ଲା ଥେରୁବାଲି ନିକଟ ନାଗାବଳୀ ନଦୀ ଉପରେ ଥିବା ରେଳ ବ୍ରିଜ୍‌ ଭୁଶୁଡି ପଡ଼ିଥିଲା। ଫଳରେ ସେହି ଦିନଠାରୁ ଏହି ଟ୍ରେନ୍‌ ସେବା ବାତିଲ କରାଯାଇଥିଲା। ଏ ନେଇ ରାଉରକେଲା, କୋରାପୁଟ ଏବଂ ଆଖପାଖ ଅଞ୍ଚଳରୁ ଦୀର୍ଘଦିନ ଧରି ରେଳ ଯାତ୍ରା ଆରମ୍ଭ କରିବାକୁ ଦାବି ହେଉଥିଲା। ପୂର୍ବତଟ ରେଳ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଭଙ୍ଗା ପୋଲକୁ ମରାମତି କରାଯିବା ଫଳରେ ଦକ୍ଷିଣ ପୂର୍ବ ରେଳପଥ ଅଧୀନ ଏହି ଟ୍ରେନ୍‌ ପୁଣି ଚଳାଚଳ କରିବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe