ରାଉରକେଲା: ରବିବାର ପୂର୍ବାହ୍ନ ସାଢ଼େ ଏଗାରଟାବେଳେ ସ୍ଥାନୀୟ ଗୋପବନ୍ଧୁପାଲି, ଟିମ୍ବରପାଲି, ରେଲ୍େଓ୍ଵ କଲୋନି, ମଧୁସୂଦନପାଲି ଏବଂ ମାଲଗୋଦାମ ଆଦି ଅଞ୍ଚଳର ବସ୍ତିବାସିନ୍ଦାମାନେ ରାଉରକେଲା ଷ୍ଟେସନରେ ରେଳ ରୋକ ଆରମ୍ଭ କରିଛନ୍ତି।
ପୂର୍ତ୍ତ ବିଭାଗ ଏହି ସବୁ ବସ୍ତି ମଧ୍ୟ ଦେଇ ୧୩ କୋଟି ଟଙ୍କା ବ୍ୟୟରେ ଏକ ରାସ୍ତା ସଡ଼କ ନିର୍ମାଣ କରୁଛି। ଏହି ସଡ଼କ ନିର୍ମାଣ କାର୍ଯ୍ୟ ଉଭୟ ପାର୍ଶ୍ୱରୁ ତିଆରି ସରିଥିଲେ ମଧ୍ୟ ମଝିରେ ରେଳବାଇ ଜାଗା ପଡୁଥିବାରୁ ତାହା ନିର୍ମାଣ ହୋଇ ପାରୁନାହିଁ। ଜାଗା ବାବଦରେ ରେଳବାଇ ପୂର୍ତ୍ତ ବିଭାଗ ଠାରୁ ୧୧୦ କୋଟି ଦାବି କରୁଛି। ତେଣୁ ରାସ୍ତା ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଛି।
ଏହି ରାସ୍ତା ନିର୍ମାଣ ହେବା ଦ୍ୱାରା ଉପରୋକ୍ତ ବସ୍ତି ବାସିନ୍ଦାମାନେ ସୁବିଧାରେ ଯାତାୟାତ କରିବା ସହ ସେଠାକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ନିମନ୍ତେ କରାଯାଇଥିବା କାର୍ଯ୍ୟ ସମ୍ଭବ ହୋଇ ପାରିବ।
ବିବାଦକୁ ବିରୋଧ କରି ସ୍ଥାନୀୟ ଯୁବ ନେତା ପ୍ରକାଶ ପାଶଓ୍ଵାନ୍ ରେଳବାଇ ଏଡିଏମ୍ଙ୍କ କାର୍ଯ୍ୟଳୟ ସାମ୍ନାରେ ଦୁଇ ଦିନ ତଳୁ ଅନଶନରେ ବସିଛନ୍ତି। ତାଙ୍କୁ ସମର୍ଥନ କରି ବସ୍ତିବାସିନ୍ଦାମାନେ ରେଳରୋକ ଆରମ୍ଭ କରିଛନ୍ତି।
ଘଟନାସ୍ଥଳରେ ବିଭାଗୀୟ ଅଧିକାରୀ ଏବଂ ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରାଉଛନ୍ତି।
Follow Us