ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତ ରାଉରକେଲାର

Advertisment
ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତ ରାଉରକେଲାର

ରାଉରକେଲା : ରବିବାର ସକାଳେ ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତ ରାଉରକେଲାର ବୋଲି ଜଣାଯାଇଛି। ଏମାନଙ୍କ ଭିତରେ ଜଣେ ୨୩ ବର୍ଷିୟ ଓ ଅନ୍ୟଜଣେ ୬୦ ବର୍ଷିୟ ପୁରୁଷ ହୋଇଥିବା ବେଳେ ଆର ଜଣକ ଜଣେ ୫୭ ବର୍ଷୀୟା ମହିଳା।  ଏଥିମଧ୍ୟରୁ ୨ ଜଣ ପୂର୍ବରୁ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ନିକଟ ସଂପର୍କୀୟ ହୋଇଥିବା ବେଳେ ଅନ୍ୟ ଜଣକ ମଧ୍ୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି ।

ତିନ ପଜିଟିଭଙ୍କ ମଧ୍ୟରୁ ଦୁଇଜଣ ବିଶ୍ରା ଗୁଡ଼ଗୁଡ଼ଜୋର ଓ ଅନ୍ୟ ଜଣେ ରାଉରକେଲା ନାଲା ରୋଡର ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି l

୩ ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ  ଟୁଇଟ୍ କରି ସୂଚନା ଦିଆଯାଇଛି।

ପୂର୍ବରୁ ବିଶ୍ରା ଏସିଆନ କଲୋନୀରୁ ୨ଟି ଓ ଗୁଡ଼ୁଗୁଡ଼ୁ ଜୋର ଗୋଟିଏ କରୋନା ପଜିଟିଭ ଚିହ୍ନଟ ହୋଇଥିଲା l ଏହି ତିନିଜଣ ସୁସ୍ଥ ହୋଇ ଫେରିଥିଲେ l ଏବେ ଆଉ ତିନି ପଜିଟିଭ୍ ଚିହ୍ନଟ ହେବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏହା ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ଏଥିସହ ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବଢ଼ିଛି। ଗତକାଲି ରାତିରେ ଯାଜପୁର ଜିଲ୍ଲାରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଥିଲା।

ଅପରପକ୍ଷରେ ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ଫଳରେ ଜିଲ୍ଲାର ସମସ୍ତ ୩ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ସୁନ୍ଦରଗଡ଼ କରୋନା ମୁକ୍ତ ହୋଇଥିଲା। ମାତ୍ର ଏହି ଘଟଣାକୁ ୨୪ ଘଣ୍ଟା ନପୂରୂଣୁ ପୁଣି ୩ ଜଣ ଆକ୍ରାନ୍ତ ହେବା ଜିଲ୍ଲାବାସୀଙ୍କୁ ଚିନ୍ତିତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe