ଗୋ ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର କର୍ମୀ ଆହତ, ଜଣେ ମହିଳାଙ୍କ ସମେତ ୩ ଗିରଫ

ରାଉରକେଲାରେ ଗୋରୁ ବୋଝେଇ ପିକଅପ ଜବତ: ୧୧ ଗୋରୁ ଉଦ୍ଧାର, ଜଣେ ଗିରଫ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ  ଗୋ ମାଂସ ଜବତ ହେବା ସହ ପରିବହନରେ ବ୍ୟବହୃତ କାର ଜବତ କରାଯାଇଛି। ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ ଗୋ ମାଂସ ଚାଲାଣକାରୀଙ୍କ ଆକ୍ରମଣରେ ବଜରଙ୍ଗ ଦଳର ଜଣେ କର୍ମୀ ଗୁରୁତର ଭାବେ ଆହତ ହୋଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ଲାଠିକଠାରୁ ରାଉରକେଲାର କୋଏଲ ବ୍ୟାଙ୍କ ବସ୍ତିକୁ ଏକ କାରରେ ଆସୁଥିବା ଜାଣି ବଜରଙ୍ଗ ଦଳରେ କେତେକ କର୍ମୀ ତାର ପିଛା କରିଥିଲେ। ସେମାନେ ପାନପୋଷ ନିକଟରେ ଉକ୍ତ କାରକୁ ଅଟକାଇଥିଲେ। ଏହାପରେ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ଗୋ ମାଂସ ଚାଲାଣକାରୀଙ୍କ ଅତର୍କିତ ଆକ୍ରମଣରେ ଆକାଶ ନାୟକ ଜଣେ ବଜରଙ୍ଗ ଦଳର କର୍ମୀ ଗୁରୁତର ଆହତ ହୋଇଥିଲେ। ତାଙ୍କ ହାତର ଆଙ୍ଗଳି ଛିଣ୍ଡି ଯାଇଥିଲା। ଏହାପରେ ଆକାଶ ନାୟକଙ୍କଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଛି।

ତେବେ ବଜରଙ୍ଗ ଦଳର କର୍ମୀମାନେ ସେହି କାରରେ ଥିବା ତିନିଜଣଙ୍କୁ କାବୁ କରିଥିଲେ। ସେମାନେ ହେଲେ ଲାଠିକଟାର ହାସମୀ ନାଜ୍, ମହମ୍ମଦ ଫିରୋଜ୍ ଓ ଖାଲିଦ୍ କୁରେସୀ। ଏମାନଙ୍କୁ ରଘୁନାଥପାଲି ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର୍ ହେବାରେ ସଫଳ ହୋଇଥିଲା। ପୁଲିସ୍ ଗୋ ମାଂସ ଓ କାର୍ ଜବତ କରିଥିବା ଜଣାଯାଇଛି। ଏହି ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe