ଗୋମାଂସ ଚାଲାଣ ରୋକିବାରୁ ଗୁଳି ଚଳାଇଲେ ଗାଡ଼ିଚାଳକ, ବର୍ତ୍ତିଗଲେ ଚାରି ଯୁବକ

Advertisment
ଗୋମାଂସ ଚାଲାଣ ରୋକିବାରୁ ଗୁଳି ଚଳାଇଲେ ଗାଡ଼ିଚାଳକ, ବର୍ତ୍ତିଗଲେ ଚାରି ଯୁବକ

ରାଉରକେଲା : ବେଆଇନ ଗୋମାଂସ ଚାଲାଣ ରୋକିବାରୁ ଗୁଳି ଚଳାଇଛି ପିକ ଅପ୍ ଡ୍ରାଇଭର୍l ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଚାରି ଯୁବକl ଗୁଳି ଚଳାଇବା ପରେ ଯୁବକଙ୍କ ମୋଟର ବାଇକ ଛଡାଇ ଘଟଣାସ୍ଥଳରୁ ଡ୍ରାଇଭର୍ ଫେରାର ହୋଇଯାଇଛି l ଏମିତି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ନିକଟ ମଶାଣି ଘାଟ ନିକଟରେl

publive-image
ବନ୍ଧମୁଣ୍ଡା ପୁଲିସ ଗୋ ମାଂସ ବୋଝେଇ ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛିl ମିଳିଥିବା ସୂଚନା ମୁତାବକ ସକାଳ ପ୍ରାୟ ଛଅଟାରେ ଗୋ ମାଂସ ବୋଝେଇ ପିକ ଅପ୍ ବିଶ୍ରାରୁ ରାଉରକେଲା ଆଡ଼କୁ ଯାଉଥିଲାl ସୂଚନା ପାଇ ସ୍ଥାନୀୟ ଅଞ୍ଚଳର ଚାରି ଯୁବକ ମଶାଣି ଘାଟ ନିକଟରେ ଗାଡ଼ିକୁ ଅଟକାଇଥିଲେl ଡ୍ରାଇଭର ଗାଡ଼ି ଭିତରୁ ଥାଇ ଗୁଳି ଚଳାଇଥିଲାl ଭୟରେ ଯୁବକମାନେ ଗାଡ଼ି ପଛରେ ଲୁଚି ଯାଇଥିଲେl ଡ୍ରାଇଭର ଗାଡ଼ିରୁ ବାହାରି ବନ୍ଧୁକ ଦେଖାଇ ଯୁବକମାନଙ୍କୁ ଭୟଭୀତ କରିବା ସହ ଧରାପଡ଼ିଯିବା ଭୟରେ ଜଣଙ୍କର ମୋଟର ବାଇକ ଛଡାଇ ଫେରାର ହୋଇଯାଇଥିଲାl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe