ରାଉରକେଲାରୁ ବାଂଲାଦେଶ ଗଲା ଅକ୍ସିଜେନ୍‌ ଏକ୍ସପ୍ରେସ୍‌

Advertisment
ରାଉରକେଲାରୁ ବାଂଲାଦେଶ ଗଲା ଅକ୍ସିଜେନ୍‌ ଏକ୍ସପ୍ରେସ୍‌

ରାଉରକେଲା: ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ପକ୍ଷରୁ ରାଉରକେଲାରୁ ବାଂଲାଦେଶର‌ ବେନାପୋଲକୁ ୧୫ତମ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ପଠାଯାଇଛି। ଏହି ଟ୍ରେନ୍‌ରେ ୧୦ଟି କଣ୍ଟେନରରେ ୧୯୫ ଟନ୍‌ ତରଳ ମେଡିକାଲ ଅକ୍ସିଜେନ୍‌ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରୁ ପଠାଯାଇଛି। କୋଭିଡ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପ୍ରଥମ ଏକ୍ସିଜେନ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଗତ ୨୦୨୧ ଜୁଲାଇ ୨୪ରେ ଟାଟାନଗରରୁ ବେନାପୋଲ ଯାତ୍ରା କରିଥିଲା। ଏହି ଟ୍ରେନ୍ ପୂର୍ବରୁ ଦକ୍ଷିଣ ପୂର୍ବ ରେଳବାଇ ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ଟାଟାନଗର , ରାଉରକେଲାରୁ ବଙ୍ଗଳାଦେଶ ପାଇଁ ୧୪ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ପଠାଯାଇଛି। କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଅକ୍ସିଜେନ୍‌ର ଚାହିଦାକୁ ଦୃଷ୍ଟିରେ ରଖି ଦକ୍ଷିଣ ପୂର୍ବ ରେଳବାଇ  ଗତ ୨୦୨୧  ଏପ୍ରିଲ ୨୩ରୁ ଅକ୍ସିଜେନ୍‌ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe