‘ମନ୍‌ କୀ ବାତ୍‌’ କ୍ବିଜ୍‌ ପ୍ରତିଯୋଗିତାରେ ଜିତିଲେ ରାଉରକେଲା ଯୁବକ

‘ମନ୍‌ କୀ ବାତ୍‌’ କ୍ବିଜ୍‌ ପ୍ରତିଯୋଗିତାରେ ଜିତିଲେ ରାଉରକେଲା ଯୁବକ

ରାଉରକେଲା : ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମକୁ ନେଇ ଅନୁଷ୍ଠିତ କ୍ବିଜ୍‌ ପ୍ରତିଯୋଗିତାରେ ସବୁ ପ୍ରଶ୍ନର ସଫଳ ଉତ୍ତର ଦେଇ ପୁରସ୍କୃତ ହୋଇଛନ୍ତି ରାଉରକେଲାର ଯୁବ ସମାଜସେବୀ ଦେବବ୍ରତ ଆଚାର୍ଯ୍ୟ। ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାପତ୍ର ଓ ‘ମନ୍‌ କୀ ବାତ୍‌’ ପୁସ୍ତକ ଲାଭ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରତିମାସ ପ୍ରଧାନମନ୍ତ୍ରୀଙ୍କ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ପରେ ନରେନ୍ଦ୍ର ମୋଦି ଆପ୍‌(ନମୋ ଆପ୍‌)ରେ କ୍ବିଜ୍‌ ପ୍ରତିଯୋଗିତା ଆୟୋଜିତ ହୋଇଥାଏ। ‘ମନ୍‌ କୀ ବାତ୍‌’ର ସଂପୃକ୍ତ ସଂସ୍କରଣରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉତ୍‌ଥାପିତ ପ୍ରସଙ୍ଗକୁ ନେଇ ୧୦ଟି ପ୍ରଶ୍ନ ଆସିଥାଏ। ନମୋ ଆପ୍‌ରେ ଏସବୁ ପ୍ରଶ୍ନର ସଠିକ୍‌ ଉତ୍ତର ଦେଲେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥାଏ। ଏହି କ୍ରମରେ ଗତ ଜାନୁଆରି ମାସ‌ରେ ଅନୁଷ୍ଠିତ ‘ମନ୍‌ କୀ ବାତ୍‌’ କ୍ବିଜ୍‌ ପ୍ରତିଯୋଗିତାରେ ଦେବବ୍ରତ ଅଂଶଗ୍ରହଣକରି ସଫଳ ଉତ୍ତର ଦେଇଥିବାରୁ ପୁରସ୍କୃତ ହୋଇଛନ୍ତି। ଗତ ଫେବ୍ରୁଆରେ ହିଁ ୧୦ ଜଣ ଠିକ୍‌ ଉତ୍ତରଦାତାଙ୍କ ନାଁ ଘୋଷଣା କରାଯାଇଥିଲା। ତେବେ, ପୁରସ୍କାର ବାବଦକୁ ପୁସ୍ତକ ଓ ପ୍ରଶଂସାପତ୍ର କିଛିଦିନ ପୂର୍ବେ ସେ ହାସଲ କରିଛନ୍ତି। ଏହି ପ୍ରଶଂସାପତ୍ର ଖୁବ୍‌ ପ୍ରେରଣାଦାୟୀ ଓ ଭବିଷ୍ୟତରେ ଜୀବନଗଠନରେ ବହୁଳ ଭାବରେ ସହାୟକ ହେବବୋଲି ଦେବବ୍ରତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe