ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ: ଆଇନ ମନ୍ତ୍ରୀ

ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ। ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଆଲୋଚନା ହୋଇଛି। ଏ ନେଇ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ....

Rows of people will start visiting the temple after the transfer of the Hundi: Law Minister

Rows of people will start visiting the temple after the transfer of the Hundi: Law Minister Photograph: (sambad.in)

ଭୁବନେଶ୍ବର: ଶ୍ରୀମନ୍ଦିର ହୁଣ୍ଡି ସ୍ଥାନାନ୍ତର ପରେ ଆରମ୍ଭ ହେବ ଧାଡି ଦର୍ଶନ। ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ  ଆଲୋଚନା ହୋଇଛି। ଏ ନେଇ ପରିଚାଳନା କମିଟି ସରକାରଙ୍କୁ ପ୍ରସ୍ତାବ ଦେବେ। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ହୁଣ୍ଡି ସ୍ଥାନାନ୍ତର ହେବ। ସେପ୍ଟେମ୍ବର ୧୫ ସୁଦ୍ଧା ସବୁ ପ୍ରକ୍ରିୟା ସାରି ଧାଡି ଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି।

ପୂଜା ପୂର୍ବରୁ ରାସ୍ତାଘାଟ ମରାମତି କାମ ସରିବ। ଆସନ୍ତା ୬ ତାରିଖରେ ବୈଠକ ବସିବ। ବୈଠକରେ କଟକ, ଭୁବନେଶ୍ୱରର ସମସ୍ତ ବିଧାୟକ, ମେୟର, କମିସନରଙ୍କ ସହ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ସେପ୍ଟେମ୍ବର ୨୦ ସୁଦ୍ଧା ସବୁ ରାସ୍ତାର ମରାମତି କାମ ସରିବ। ଏନେଇ ୬ ତାରିଖ ବୈଠକରେ ରୋଡ ମ୍ୟାପ୍ ପ୍ରସ୍ତୁତ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ଆଇନ୍ ମନ୍ତ୍ରୀଙ୍କ କହିଛନ୍ତି, ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ। ଖୁବ୍ ଶୀଘ୍ର ଏହି ରିପୋର୍ଟ ପ୍ରକାଶ କରାଯିବ। ଉନ୍ନୟନ କମିସନର ଅନୁଗର୍ଗ ଏନେଇ  ରିପୋର୍ଟ ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ। ପୂର୍ବ ସରକାରରେ ୨୩ଟି ରିପୋର୍ଟ ଚାପିଥିଲେ। ଆମେ ସେହି ଲାଇନ୍‌ରେ ଯିବୁନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

: Prithviraj Harichandan | lord jagannath | Puri Jagannath temple

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe