ଆଇପିଏସ୍‌ ସ୍ତରରେ ଅଦଳବଦଳ: ଆର.ପି ସିଂ ହେଲେ ଜେଲ ବିଭାଗ ଡିଜି

ଆଇପିଏସ୍‌ ସ୍ତରରେ ଅଦଳବଦଳ: ଆର.ପି ସିଂ ହେଲେ ଜେଲ ବିଭାଗ ଡିଜି

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀ ତଥା ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଆର.ପି ସିଂଙ୍କୁ ଜେଲ ବିଭାଗର ଡିଜି ଭାବରେ ବଦଳି କରାଯାଇଛି। ୧୯୮୮ ବ୍ୟାଚ୍‌ ଆପିଏସ୍‌ ଅଧିକାରୀ ବିନୟା ଝାଙ୍କୁ ଗୃହ ବିଭାଗରେ ଆଟାଚ କରି ଦିଆଯାଇଥିବା ବେଳେ ୨୦୦୦ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଯତିନ୍ଦ୍ର କୋଏଲଙ୍କୁ କ୍ରାଇମବ୍ରାଞ୍ଚ (ଏସ୍‌ଟିଏଫ୍‌) ଆଇଜି ଭାବେ ନିଯୁକ୍ତି ମିଳିଛି। ସେହିଭଳି ୨୦୦୧ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସୂର୍ଯ୍ୟା ଥଙ୍କପାନଙ୍କୁ ଭିଜିଲାନ୍ସ ଡିଆଇଜି ଓ ୨୦୦୩ ବ୍ୟାଚ୍‌ ହିମାଂଶୁ ଲାଲଙ୍କୁ ଡିଆଇଜି (ଷ୍ଟେଟ୍‌ ଆର୍ମ ପୁଲିସ) ପଦରେ ନିଯୁକ୍ତି ଦିଆଯାଇଛି।

ଓଡ଼ିଶା ପୁଲିସ ସେବା ଅଧିକାରୀ ପ୍ରଭାକର ସ୍ୱାଇଁ ବୈରୀ ପିଟିଆଇ (ପୋଲିସ ଟ୍ରେନିଂ ଇଷ୍ଟିଚ୍ୟୁଟ୍‌) ଏସ୍‌ପି ପଦରେ ନିଯୁକ୍ତ ହୋଇଥିବା ବେଳେ ଓଡ଼ିଶା ପୁଲିସ ସେବା ଅଧିକାରୀ ଶ୍ରକୃଷ୍ଣ ବେହେରାଙ୍କୁ ମେରାଇନ ପୁଲିସ ଏଆଇଜି ପଦରେ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe