ଚଳନ୍ତା ଟ୍ରେନ ସାମନାରେ ରିଲ୍ସ କରୁଥିବାବେଳେ କଟକ ଷ୍ଟେସନରୁ ଦୁଇ ଯୁବକଙ୍କୁ ଧରିଲା ଆରପିଏଫ

Advertisment
ଚଳନ୍ତା ଟ୍ରେନ ସାମନାରେ ରିଲ୍ସ କରୁଥିବାବେଳେ କଟକ ଷ୍ଟେସନରୁ ଦୁଇ ଯୁବକଙ୍କୁ ଧରିଲା ଆରପିଏଫ

କଟକ: କଟକ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନ ସାମନାରେ ଦୁଇ ଯୁବକ ରିଲ୍ସ କରୁଥିବା ଭଳି ଘଟଣା ସୋମବାର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଉ ଅଳ୍ପ ସମୟ ଭିତରେ ସେମାନଙ୍କ ଉପରେ ଟ୍ରେନ୍ ଚଢ଼ିଯାଇଥାନ୍ତା। କିନ୍ତୁ ଆରପିଏଫ୍ ପୁଲିସ ହଠାତ୍ ପହଞ୍ଚି ଯୁବକ ଦ୍ବୟଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଭୁବନେଶ୍ବର ରୂପାଲି ଛକର ସେକ୍ ସାହିଲ ଓରଫ ସୋନୁ(୨୨) ଏବଂ କଟକ ଆଠଗଡ଼ର ସେକ୍ ସୋହେଲ୍(୧୯) କଟକ ଓଡ଼ିଆ ବଜାରରେ ଏକ ଘର ଭଡ଼ା ନେଇ ରୁହନ୍ତି।

ସେଠାରେ ଉଭୟ ରହି ଫାଷ୍ଟଫୁଡ୍ ବ୍ୟବସାୟ କରୁଛନ୍ତି। ତେବେ ସୋମବାର ଦିନ ପ୍ରାୟ ୨ଟା ୪୫ ବେଳେ କଟକ ରେଳ ଷ୍ଟେସନ୍ ନିକଟ ରେଳ ଧାରଣାରେ ବସି ଏହି ଦୁଇ ଯୁବକ ରିଲ୍ସ କରୁଥିଲେ। ସେହି ସମୟରେ ପାଟ୍ରୋଲିଂ କରୁଥିବା ଆରପିଏଫ୍ କର୍ମଚାରୀ ଏହି ଘଟଣା ଦେଖିବାକୁ ପାଇଥିଲେ। ଯୁବକ ଦ୍ବୟ ଯେଉଁ ରେଳ ଧାରଣାରେ ବସି ରିଲ୍ସ କରୁଥିଲେ, ସେହି ଧାରଣାରେ ଏକ ମାଲବାହୀ ଟ୍ରେନ୍ ପାରାଦ୍ବୀପ ଆଡ଼ୁ ଆସୁଥିଲା। ମାତ୍ର ୭୦୦ ମିଟର ଦୂରରେ ଟ୍ରେନ୍ ଥିଲା। ଆରପିଏଫ୍ କର୍ମଚାରୀ ସେମାନଙ୍କୁ ବାରଣ କରିଥିଲେ ମଧ୍ୟ ଶୁଣିନଥିଲେ। ରିଲ୍ସ କରୁଥିବା ବେଳେ ଆରପିଏଫ୍ କର୍ମଚାରୀ ରେଳ ଧାରଣାରେ ପହଞ୍ଚି ଦୁଇ ଯୁବକଙ୍କୁ କାବୁ କରିଥିଲେ। ରେଳ ଧାରଣାରେ ଏଭଳି ବିପଦପୂର୍ଣ୍ଣ ଭାବେ ରିଲ୍ସ ନକରିବାକୁ ଆରପିଏଫ୍ ଆଇଆଇସି ଅନିଲ ସିଂହ ସର୍ବସାଧାରଣଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe