ରେଳଧାରଣାରେ ଚାଲିଚାଲି ଝାରଖଣ୍ଡ ଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଧରିଲା ଆରପିଏଫ

Advertisment
ମୟୂରଭଞ୍ଜକୁ ଫେରିବେ ଶ୍ରମିକ: ପାଞ୍ଚଦିନରେ ୨୭ହଜାର ଟପିଲାଣି ପଞ୍ଜିକରଣ, ଶୁଳିଆପଦା ବ୍ଲକରୁ ସର୍ବାଧିକ 

ରାଉରକେଲା: ରେଳଧାରଣାରେ ଚାଲିଚାଲି ଝାଡଖଣ୍ଡ ଯାଉଥିବା ୭ ଦାଦନ ଶ୍ରମିକ ରାଉରକେଲା ଆରପିଏଫ ଅଟକ ରଖିଛି । ସେମାନେ ରେଙ୍ଗାଲିରୁ ରେଳ ଧାରଣାରେ ଚାଲିଚାଲି ଆସୁଥିଲା ବେଳେ ରାଉରକେଲା ଷ୍ଟେସନ ନିକଟରେ ଆରପିଏଫଙ୍କ ଦ୍ୱାରା ଧରାପଡ଼ିଥିଲେl ଝାଡଖଣ୍ଡ ଚାଲିଚାଲି ଯାଉଥିବା ଧରାପଡିଥିବା ଶ୍ରମିକ ମାନେ ହେଲେ ଝାଡଖଣ୍ଡ ଚକ୍ରଧରପୁରର ରାଜେନ୍ଦ୍ର ଗର୍ଗଇ, ଲଲକିଶୋର ଗର୍ଗଇ,ଶ୍ରାବଣ ସୋଇ, ଜୋକ୍ତ, ବିଶାଳ ବଙ୍ଗର, ଯୋଗୁଣ, ରାମଲଲ ଗୋପ। । ଆରପିଏଫ ସେମାନଙ୍କୁ ଅଟକ ରଖିବା ପରେ ରାଉରକେଲା ମହାନଗର ନିଗମ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ l ସମସ୍ତଙ୍କୁ ସେଲଟର ହୋମ୍‌ ରଖା ଯାଇଛି l ସେଠାରେ ସେମାନଙ୍କର ଖାଇବା ପିଇବାର ବ୍ୟବସ୍ଥା କରାଯାଇଛି ।

ସୂଚନା ମୁତାବକ ଝାଡଖଣ୍ଡ ଚକ୍ରଧରପୁର ଏହି ଶ୍ରମିକମାନେ ରେଙ୍ଗାଲିର ଏକ କାରଖାନାରେ କାମ କରୁଥିଲେ l ଲକଡାଉନ ପରେ ଠିକାଦାର ପଳାଇଥିବାରୁ ଏମାନେ ଖାଇବାକୁ ନପାଇ ନିଜ ଘରକୁ ଫେରୁଥିଲେ । ଯାନବାହାନ ବନ୍ଦ ଥିବାରୁ ସେମାନେ ରେଳଧାରଣାରେ ଚାଲିଚାଲି ରେଙ୍ଗାଲିରୁ ଝାଡଖଣ୍ଡର ଚକ୍ରଧରପୁର ଯାଉଥିଲେ । ତେବେ ଆରପିଏଫ୍‌ କୌଣସି ସୂତ୍ରରୁ ଖବର ପାଇ ସେମାନଙ୍କୁ ଅଟକାଇବା ସହ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲା । ପରେ ସେମାନଙ୍କୁ ସେଲଟର ହୋମ୍‌ରେ ରଖାଯାଇଛି । ସେମାନେ ମଙ୍ଗଳବାର ସକାଳ ୮ଟାରୁ ରେଳଧାରଣା ଉପରେ ଚାଲିଚାଲି ଆସିଥିବା କହିଥିଲେ l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe