ସୋନପୁର : ସୋନପୁର ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ଶତପଥୀଙ୍କ ୧ କୋଟି ୬ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ଆଟାଚ୍ କରିଛି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ୨୦୦୨ ପିଏମ୍ଏଲ୍ଏ ନିୟମ ଅନୁଯାୟୀ ଉକ୍ତ ସଂପତ୍ତିକୁ ଆଟାଚ୍ କରାଯାଇଥିବା ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଶ୍ରୀ ଶତପଥୀ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ସୋନପୁର ବ୍ଲକ୍ ଅଧ୍ୟକ୍ଷ ଥିଲେ। ସେ ସୋନପୁର ବ୍ଲକ୍ ଅଧ୍ୟକ୍ଷ ଥିବାବେଳେ ବେଆଇନ ଭାବେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଉଭୟ ଭିଜିଲାନ୍ସ ଓ ଇଡି ଯାଞ୍ଚ କରିଥିଲେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୧୦ ଏପ୍ରିଲ ୨୪ରେ ଚଢ଼ଉ କରାଯାଇଥିଲା। ଏ ସଂପର୍କରେ ସମ୍ବଲପୁର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା। ଅନୁରୂପ ଭାବେ ଶ୍ରୀ ଶତପଥୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳକୁ ନେଇ ଇଡି ମଧ୍ୟ ଯାଞ୍ଚ କରିଥିଲା।
Follow Us