ଚାକିରି ଦେବାକୁ କହି ଲୁଟିନେଲେ ୧ ଲକ୍ଷ ୩୩ ହଜାର

Advertisment
ସାଇବର୍‌ ଅପରାଧ ମୁକାବିଲା: ୬ ରାଜ୍ୟ ମଧ୍ୟରେ ହେବ ସୂଚନା ଆଦାନପ୍ରଦାନ

The Pawprint

ସମ୍ବଲପୁର : ସାଇବର୍‌ ଅପରାଧ ସଂଖ୍ୟା ସମ୍ବଲପୁର ସହରରେ ହୁହୁ ହୋଇ ବଢ଼ାବାରେ ଲାଗିଛି। ସବୁଠାରୁ ବଡ଼ କଥା ହେଲା ସାଇବର ଅପରାଧ ଘଟୁଥିବା ଅଭିଯୋଗ ବାରମ୍ବାର ଆସୁଛି ସତ କିନ୍ତୁ ଆଜି ଯାଏ ଅଧିକାଂଶ ଅଭିଯୋଗ ଥାନାରେ ହିଁ ଲଟ୍‌କି କରି ରହିଛି। ଟଙ୍କା ମିଳିବା ତ ଦୂରର କଥା କେଉଁଠାରେ ରହି ଏହା ସାଇବର୍‌ ଲୁଟେରାମାନେ ଏଭଳି ଲୁଟ୍‌ କରୁଛନ୍ତି ଚତାହା ମଧ୍ୟ ଜଣାପଡ଼ୁନାହିଁ। ଗୋଟିଏ ପଟେ ପୁଲିସ ତତ୍ୟ ଯୋଗାଡ଼ରେ ବ୍ୟସ୍ତ ରହୁଥିବା ବେଳେ ଅନ୍ୟପଟେ ସାଇବର୍‌ ଲୁଟେରାମାନେ ଲୁଟ୍‌ କରିବା ପାଇଁ ନୂଆ ନୂଆ ଉପାୟମାନ ପ୍ରୟୋଗ କରି ଲୁଟିବାରେ ଫୁର୍‌ସତ ଦେଉ ନାହାନ୍ତି। ରବିବାର ଅଇଁଠାପାଲି ଥାନା ଅଧୀନ ବୁଢ଼ାରଜା ଶାନ୍ତିନଗର ଅଞ୍ଚଳରୁ ଏକ ସାଇବର ଲୁଟ୍‌ର ଅଭିଯୋଗ ଥାନାରେ ଦିଆଯାଇଛି।

ବର୍ତ୍ତମାନ ଦେଶରେ ବେରୋଜଗାର ସବୁଠାରୁ ବଡ଼ ସମସ୍ୟା ହୋଇ ରହିଥିବା ସମୟରେ ଏହାକୁ ଏବେ ସାଇବର୍‌ ଲୁଟେରାମାନେ ମୁକ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଶାନ୍ତି ନଗରର ଦ୍ବିବେନ୍ଦୁ ପାଢ଼ୀ(୩୨) ଗତ ବର୍ଷ ନୌରକୀ ଡଟ୍ କମ୍‌ରେ ଚାକିରି ପାଇଁ ସିଭି ଅପ୍‌ଲୋଡ୍ କରିଥିଲେ। କିଛି ଦିନ ପରେ ତାଙ୍କୁ ଏକ୍‌ ଫୋନ୍‌ କଲ୍‌ ଆସିଥିଲା ଏବଂ ତୁମର ଏସିସି ସିମେଣ୍ଟ କମ୍ପାନି ଚୟନ ହୋଇଥିବା କହାଯାଇଥିଲା। ଏହାପରେ ପ୍ରୋସେସିଂ ଫି ପାଇଁ ଟଙ୍କା ଦେବାକୁ ଲୁଟେରା ଜଣକ କହିଥିଲା। ଚାକିରି ଲୋଭରେ ଯୁବକ ଜଣକ ମଧ୍ୟ ଗତ ଅକ୍ଟୋବର ମାସରୁ ୧୦ ହଜାର, ୧୫ ହଜାର ଟଙ୍କା ଲେଖାଏଁ ଦେଇ ଚାଲିଲେ। ଗତ ୩ ଦିନ ହେଲା ଲୁଟେରା ଜଣକ ଆଉ ଦ୍ବିବେନ୍ଦୁର ଫୋନ୍‌ ଉଠାଇ ନଥିଲା ଏବଂ ପରେ ମୋବାଇଲ୍‌ ସ୍ବିଚ୍‌ ଅଫ୍ କରିଦେଇଥିଲା। ଏହାପରେ ସେ ଠକାମିର ଶିକାର ହୋଇଥିବା ଜାଣିବା ପରେ ଅଇଁଠାପାଲି ଥାନାରେ ରବିବାର ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ୧୦, ୧୫ ହଜାର କରି ସେ ମୋଟ୍‌ ଉପରେ ୧ ଲକ୍ଷ ୩୩ ହଜାର ଟଙ୍କା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe