ଡିକିଭାଙ୍ଗି ୧ଲକ୍ଷ ୩୭ ହଜାର ଟଙ୍କା ଲୁଟ୍‌, ସିସିଟିଭିରେ କଏଦ ଲୁଟ୍‌ର ଦୃଶ୍ୟ

ଡିକିଭାଙ୍ଗି ୧ଲକ୍ଷ ୩୭ ହଜାର ଟଙ୍କା ଲୁଟ୍‌, ସିସିଟିଭିରେ କଏଦ ଲୁଟ୍‌ର ଦୃଶ୍ୟ

ପାଟଣାଗଡ଼/ଲରମ୍ଭା : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍‌ଏସି ଛକଠାରେ ଶୁକ୍ରବାର ଏକ ବାଇକ୍‌ର ଡିକିଭାଙ୍ଗି ୧ଲକ୍ଷ ୩୭ ହଜାର ଟଙ୍କା ଲୁଟ୍ ହୋଇଛି। ଏହି ଘଟଣା ନିକଟସ୍ଥ ଦୋକାନର ସିସିଟିଭିରେ କଏଦ ହୋଇଛି। ପୁଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି।

publive-image

ପ୍ରକାଶ ଯେ, ପାଟଣାଗଡ଼ ବ୍ଲକ୍‌ ଭଇଁଷା ଗ୍ରାମର ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ଘସିଏନ ଗ୍ରାମରୁ ଏକ ଘରୋଇ ସଂସ୍ଥାର ୧ଲକ୍ଷ ୩୭ ହଜାର ଟଙ୍କା ନେଇ ପାଟଣାଗଡ଼ର ଏକ ବ୍ୟାଙ୍କରେ ଜମା କରିବାକୁ ଆସିଥିଲେ। ଏନ୍‌ଏସି ଛକରେ ଦିନ ଗାଡ଼ି ରଖି ନିକଟସ୍ଥ ଦୋକାନକୁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ। ସେହି ସମୟରେ ବାଇକ୍‌ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ଡିକି ଖୋଲି ଟଙ୍କାତକ ନେଇ ଫେରାର ମାରିଥିଲା। ବାଇକ୍‌ ରଖିବା ପରଠାରୁ ସେଠାରେ ଉକ୍ତ ଲୁଟେରା ଛକି ରହିଥିଲା‌। ମୁଖ୍ୟ ରାସ୍ତାରୁ ଅନ୍ୟ ଜଣେ ବ୍ୟକ୍ତି ବାଇକ୍‌ ଯୋଗେ ଆସି ସେଠାରେ ଅଟକିଥିଲା। ଲୁଟ୍‌ ପରେ ଉଭୟେ ବାଇକ୍‌ରେ ଫେରାର ହୋଇଥିଲେ। ଅଭିଯୋଗ ପରେ ପାଟଣାଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ବୋଲି ଏସ୍‌ଆଇ ବିଷ୍ଣୁ ପ୍ରସାଦ ଶବରଙ୍କଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe