ଗୁଗଲ୍‌ରେ କଷ୍ଟମର କେୟାର ନମ୍ବର ଖୋଜି ଦେଢ଼ ଲକ୍ଷ ହରାଇଲେ

ହ୍ୟାକ୍‌ରଙ୍କ ମୁକାବିଲା ପାଇଁ ସାଇବର କମାଣ୍ଡୋ: ଦେଶରୁ ୩୪୬, ଓଡିଶାରୁ ୭ ମନୋନୀତ

Image Courtesy of Business Standard

ଝାରସୁଗୁଡ଼ା: ବିମାନବନ୍ଦର ଥାନା ଓଏମ୍‌ପିର ଜଣେ ବ୍ୟକ୍ତି ଗୁଗଲରେ ଗୁଗଲ ପେ’ କଷ୍ଟମର କେୟାର ନମ୍ବର ଖୋଜି ସେଥିରେ ଯୋଗାଯୋଗ କରିବା ପରେ ୧ ଲକ୍ଷ ୫୪ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଉକ୍ତ ବ୍ୟକ୍ତି ତାଙ୍କର ଜଣେ ଶ୍ରମିକଙ୍କୁ ଗୁଗଲ ପେ’ ଯୋଗେ ୩ ହଜାର ଟଙ୍କା ଆଜି ପଠାଇଥିଲେ। ଟଙ୍କା ତାଙ୍କ ଆକାଉଣ୍ଟରୁ କଟିଥିବା ବେଳେ ଶ୍ରମିକ ଆକାଉଣ୍ଟକୁ ଯାଇନଥିଲା। ଏହି ସମସ୍ୟାର ସମାଧାନ ପାଇଁ ସେ ଗୁଗଲରେ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରି ଯୋଗାଯୋଗ କରିଥିଲେ। ଫୋନ୍‌ ଗ୍ରହଣ କରିଥିବା ବ୍ୟକ୍ତି ମାମଲାର ସମାଧାନ କରିଦେବ କହି ଏକ ଲିଙ୍କ ଦେଇଥିଲା। ଉକ୍ତ ଲିଙ୍କ୍‌କୁ ଖୋଲିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୫୪ ହଜାର ଟଙ୍କା ବିଭିନ୍ନ ପର୍ଯ୍ୟାୟରେ କଟି ଯାଇଥିଲା। ଏହାପରେ ସେ ଠକେଇର ଶିକାର ହୋଇଥିବା ଜାଣି ପୁଲିସର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe