ବାଇକ୍‌ ଡିକି ଭାଙ୍ଗି ୧.୫୦ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗ

ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

(Representational immage) )Times of India

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଫୋକଟପଡ଼ାର ଅହମ୍ମଦ ଅଲ୍ଲୀଙ୍କଠାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅହମ୍ମଦ ଅଲ୍ଲୀ ଖଡ଼ିଆଳ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ୧ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ଏହି ଟଙ୍କା ବାଇକ୍‌ ଡିକିରେ ରଖିଥିଲେ। ଏହା ପରେ ସେ ଶ୍ୟାମକୁଞ୍ଜ ଲଜ୍‌ ସମ୍ମୁଖରେ ଥିବା ଏକ ପାନ ଦୋକାନରୁ କୌଣସି ଜିନିଷ କିଣୁଥିବା ବେଳେ କେହି ଦୁର୍ବୃତ୍ତ ଡିକି ତାଡ଼ି ଟଙ୍କା ଲୁଟି ନେଇଥିଲା। ପୁଲିସ ସିସିଟିଭି ଫୁଟେଜ ଆଧାରରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଥାନା ଅଧିକାରୀ ପ୍ରଦୀପ ଧରୁଆ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe