୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସିଛି : ମୁଖ୍ୟମନ୍ତ୍ରୀ

ଶେଷ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଳେଭ ୨୦୨୨

୧୦ ଲକ୍ଷ ୪୮ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ ଆସିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରରେ ୧୦ ଲକ୍ଷ ୪୮ ହଜାର  ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୨୨ର ଉଦ୍‌ଯାପନୀ ସନ୍ଧ୍ୟାରେ ଶନିବାର ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୦ ଲକ୍ଷ ୩୭ ହଜାର ୭୦୧ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ଆଶା କରାଯାଉଛି। ସେହିପରି ୭୪୧ଟି ପ୍ରସ୍ତାବ ଆସିଛି। ଏହି କନକ୍ଲେଭ ଉଭୟ ନିବେଶକ ଓ ରାଜ୍ୟ ପାଇଁ ୱିନ ୱିନ ସିଚୁଏସନ୍ ଆଣିବ। ନିବେଶକଙ୍କ ଲାଗି ଆମେ ଆବଶ୍ୟକସ୍ଥଳେ ଅଧିକ କାର୍ଯ୍ୟ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

publive-image

ଉଦ୍‌ଯାପନୀ ଅବସରରେ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତା’ ସହିତ ବୃହତ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ସଂସ୍ଥା ଭାବେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗ୍ରୁପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଥିଲେ। ସେହିଭଳି ପିଏସୟୁ ବେଷ୍ଟ୍ ଷ୍ଟଲ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼କୁ ଏବଂ ବେଷ୍ଟ ଡିପାର୍ଟମେଂଟ ପାଭିଲିଅନ ବିଭାଗରେ ମିଶନ ଶକ୍ତି ଏବଂ ସ୍କିଲଡ଼ ଇନ ଓଡିଶାକୁ ପୁରସ୍କାର ଦିଆଯାଇଥିଲା। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଓଡ଼ିଶାର ୫୭ ଜଣ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏମାନଙ୍କ ମଧ୍ୟରେ ୧୬ ଜଣ ମହିଳା ଉଦ୍ୟୋଗୀ, ୨୩ ଜଣ କୃଷି ଓ ଖାଦ୍ୟ ସଂପର୍କୀତ ଉଦ୍ୟୋଗ, ୧୧ଟି ପ୍ଲାଷ୍ଟିକ ଶିଳ୍ପ ଏବଂ ୫ଟି ଡାଉନ୍‌ଷ୍ଟ୍ରିମ ଇଣ୍ଡଷ୍ଟ୍ରି ରହିଛି ।

ସୂଚନାଯୋଗ୍ୟ, ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ୩ୟ ସଂସ୍କରଣ ଗତ ୩୦ ତାରିଖରେ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କନ୍‌କ୍ଲେଭକୁ ଉଦ୍‌ଘାଟନ କରିଥିଲେ। ଚତୁର୍ଥ ଦିନରେ ଏହି କନ୍‌କ୍ଲେଭ ଶେଷ ହୋଇଥିଲେ ବି ଆସନ୍ତାକାଲି (ରବିବାର) ପର୍ଯ୍ୟନ୍ତ ପ୍ରଦର୍ଶନୀ ଓ ଫୁଡ କୋର୍ଟ ଖୋଲା ରହିବ। ଅର୍ଥାତ ସାଧାରଣ ଜନତା ଜନତା ମଇଦାନକୁ ଯାଇ ପ୍ରଦର୍ଶନୀ ବୁଲିପାରିବେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe