ଖଣିରେ ବୁଡ଼ିଛି ୧୦ କୋଟିର ଯନ୍ତ୍ରପାତି

ଓଡ଼ିଶାରେ ୨୭,୯୯୭ କୋଟିର ଖଣିଜ ଉତ୍ପାଦନ

The Financial Express

କାଳିଆପାଣି : ଠିକଣା ସମୟରେ ଡିଜେଲ୍‌ କିଣାହୋଇ ନପାରିବା କାରଣରୁ ଖଣିରେ କାର୍ଯ୍ୟକ୍ଷମ ଥିବା ପମ୍ପ୍ ବନ୍ଦ। ଜଳ ନିଷ୍କାସନ ପ୍ରକ୍ରିୟା ଠପ୍‌ ହୋଇଯିବାରୁ ୪ ଦିନ ଧରି ଖଣି‌ର ଜଳସ୍ତର ବଢ଼ିବାକୁ ଲାଗିଛି। ଖଣି ଭିତରକୁ ଫିଟିଥିବା ୫ରୁ ଅଧିକ ଝରରୁ ଦୈନିକ ଲକ୍ଷାଧିକ ଲିଟର ପାଣି ପ୍ରବେଶ କରୁଛି। ପ୍ରାୟ ୧୦ କୋଟି ଟଙ୍କାର ଯନ୍ତ୍ରପାତି ପାଣିରେ ବୁଡ଼ି ରହିଛି। କ୍ରୋମ୍‌‌ ଉପତ୍ୟକାର ବାଲେଶ୍ବର ଆଲଏଜ୍ କମ୍ପାନି ଅଧୀନ କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣିରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ଗତ ଦୁଇମାସ ଧରି ଏହି ଖଣିରେ ଅଚଳାବସ୍ଥା ଜାରି ରହିଛି। ବେତନ, ମଜୁରି, ଭତ୍ତା ମିଳିନଥିବା କାରଣରୁ ଶ୍ରମିକ ଓ କର୍ମଚାରୀ ଖଣିକୁ ଆସୁନାହାନ୍ତି। ସେହିପରି ବିଲ ପୈଠ ହୋଇନଥିବା କାରଣରୁ ଖଣିରେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ ରହିଛି। ବିକଳ୍ପ ବ୍ୟବସ୍ଥାରେ କିଛି ହାତଗଣତି ଶ୍ରମିକ ଓ ଅଧିକାରୀ ସ୍ବଳ୍ପ ପ୍ରାପ୍ୟ ଗ୍ରହଣକରି ଖଣିର ଗୁରୁତ୍ବପୂର୍ଣ୍ଣ ଜଳ ନିଷ୍କାସନ ସେବାରେ ନିୟୋଜିତ ରହିଥିଲେ। ୨ଟି ଉଚ୍ଚ କ୍ଷମତାସଂପନ୍ନ ଡିଜେଲ ପମ୍ପ୍ ଲଗାଯାଇ ଖଣିରୁ ଜଳ ନିଷ୍କାସନ ଜାରି ରହିଥିଲା। ତେବେ ଡିଜେଲ ଅଭାବରୁ ୨୨ ତାରିଖ ‌ସକାଳୁ ପମ୍ପ୍ ବନ୍ଦ ରହିଥିଲା। ପମ୍ପ୍ ଅଚଳ ରହିବା କାରଣରୁ ଜଳ ନିଷ୍କାସନ ପ୍ରକ୍ରିୟା ଠପ୍‌ ହୋଇଯାଇଛି। ଖଣିର ପାଦ ଦେଶରେ ସ୍ଥାପନା କରାଯାଇଥିବା ୩୬ ଲକ୍ଷ ଟଙ୍କା ମୂଲ୍ୟର ପମ୍ପ୍ ଏବେ ଗଭୀର ଜଳରାଶିରେ ବୁଡ଼ି ରହିଛି। ଏଥିସହ ୧୦ କୋଟି ଟଙ୍କା ମୂଲ୍ୟର ରୋଡ ହେଡର(ଗଭୀର ମାଟିରୁ ଖଣିଜ ଖନନ କରିପାରୁଥିବା ମେସିନ) ବୁଡ଼ି ଯାଇଛି। ପରିସ୍ଥିତିରେ ଉନ୍ନତି ନଆସିଲେ ଦିନେ ଦୁଇଦିନ ମଧ୍ୟରେ ଏହା ପାଣିରେ ସଂପୂର୍ଣ୍ଣ ବୁଡ଼ିଯିବା ଆଶଂକା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe