୧୦ ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଅଟକ

୧୦ ଲକ୍ଷ ଟଙ୍କାର ବାଣ ଜବତ, ଜଣେ ଅଟକ

ଆସିକା : ଗଞ୍ଜାମ ଜିଲ୍ଲାର ‘ଶିବକାଶୀ’ ଭାବେ ପରିଚିତ ଆସିକା ଥାନା ନଳବଣ୍ଟାରେ ଦୀପାବଳି ପୂର୍ବରୁ ଚାଲିଥିବା ବେଆଇନ୍ ବାଣ ବିକ୍ରି ଓ ପ୍ରସ୍ତୁତି ଉପରେ ଅଙ୍କୁଶ ଲଗାଇବାକୁ ପୁଲିସ ଅଣ୍ଟା ଭିଡ଼ିଛି। ଆସିକା ଏସଡିପିଓ ଉମାଶଙ୍କର ସିଂହ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଆଜି ଚଢ଼ଉ କରି ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛନ୍ତି। ଏହାସହ ବାଣ ପ୍ରସ୍ତୁତକାରୀ ମାଧବ ବେହେରାକୁ ଅଟକ ରଖି ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ପୂର୍ବରୁ ଗତ ସପ୍ତାହରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୧୩୦ ବସ୍ତା ବାଣ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିବା ବେଳେ ୩ ଜଣ ଫେରାର୍ ଥିଲେ। ଏହାପରେ ପୁଲିସ୍‌ର ସ୍କାନର୍‌ରେ କିଛି ବାଣ ବ୍ୟବସାୟୀ ଥିଲେ। ବାଣ ବିକ୍ରି ଓ ପ୍ରସ୍ତୁତିକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲେ ମଧ୍ୟ ନଳବଣ୍ଟାର ୧୦ରୁ ଅଧିକ ବ୍ୟବସାୟୀ ବାହାରୁ ବାରୁଦ ଓ ଅନ୍ୟ ସାମଗ୍ରୀ ଆଣି ବେଧଡ଼କ ବାଣ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଏହି ସୂଚନା ମିଳିବା ପରେ ଆଜି ପୁଲିସ ଚଢ଼ଉ କରିଛି। ତେବେ ନଳବଣ୍ଟା ଓ ଆସିକାର ବହୁ ବ୍ୟବସାୟୀ ଲୁଚାରେ ଲକ୍ଷାଧିକ ଟଙ୍କାର ବାଣ ମହଜୁଦ ରଖିଥିବା ପୁଲିସ ଜାଣିପାରିଛି। ପୁଲିସ ପକ୍ଷରୁ ସେମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ଆଗାମୀ ଦିନରେ ଏହି ଧରପଗଡ଼କୁ ଜୋରଦାର କରାଯିବ ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ସୂଚନା ଥାଉକି, ନଳବଣ୍ଟା ଗ୍ରାମରେ ବାଣ ପ୍ରସ୍ତୁତି କାମରେ ବହୁ ମହିଳା ଓ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କୁ ବି ନିୟୋଜିତ କରାଯାଉଥିବାର ନଜିର୍ ରହିଛି। ଏଠାରୁ ପ୍ରସ୍ତୁତ ବାଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe