ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜେଲ୍‌ରେ ମୃତ ବିଚାରାଧୀନ ବନ୍ଦୀଙ୍କ ପରିବାରକୁ ୧୦ ଲକ୍ଷ

Advertisment
ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଚିକିତ୍ସା ଅବହେଳାରୁ ଜେଲ୍‌ରେ ବିଚ‌ାରାଧୀନ ବନ୍ଦୀଙ୍କ ପରଲୋକ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ପୀଡ଼ିତ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ସପ୍ତାହ ଭିତରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ। ଯଦି ଏଥିରେ ଅବହେଳା କରାଯାଏ ତେବେ ୨୦୧୮, ସେପ୍ଟେମ୍ବର ୭ରୁ ବାର୍ଷିକ ୬ ପ୍ରତିଶତ ସୁଧ ସହିତ କ୍ଷତିପୂରଣ ରାଶି ପୀଡ଼ିତ ପରିବାରକୁ ପ୍ରଦାନ କରାଯିବ। ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କେ.କୁମାରୀ ପାତ୍ରୋ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ବିଚାରାଧୀନ ବନ୍ଦୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାର ଯତ୍ନ ଜେଲ୍‌ କର୍ତ୍ତୃପକ୍ଷ ନେବା କଥା। କିନ୍ତୁ, କର୍ତ୍ତୃପକ୍ଷ ନିଜ ଦାୟିତ୍ବ ସଂପାଦନରେ ଅବହେଳା କରିଥିଲେ। ଫଳରେ, କଏଦୀଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହୋଇଥିଲା। ଏଭଳି ସ୍ଥିତିରେ ମୃତକଙ୍କ ପରିବାର କ୍ଷତିପୂରଣ ପାଇବା ପାଇଁ ହକ୍‌ଦାର୍‌ ବୋଲି ହାଇକୋର୍ଟ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏକ ଅବକାରୀ ମାମଲାରେ କେ.ଦଣ୍ଡପାଣି ପାତ୍ରୋଙ୍କୁ ୨୦୧୫, ସେପ୍ଟେମ୍ବର ୨୩ରେ ଗିରଫ କରାଯାଇଥିଲା। କୋଦଳା ଜେଲ୍‌ରେ ବିଚାରାଧୀନ ବନ୍ଦୀ ଭାବେ ଥିବାବେଳେ ଦଣ୍ଡପାଣି ଅସୁସ୍ଥ ହୋଇପଡ଼ିଥିଲେ। ୨୦୧୫, ସେପ୍ଟେମ୍ବର ୨୫ରେ ଦଣ୍ଡପାଣିଙ୍କ ମୃତ୍ୟୁ ହୋଇଥିଲା। ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଇ ନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଦର୍ଶାଇ ଦଣ୍ଡପାଣିଙ୍କ ପତ୍ନୀ କେ.କୁମାରୀ ପାତ୍ରୋ ଓ ଅନ୍ୟ ପରିବାର ସଦସ୍ୟ କ୍ଷତିପୂରଣ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦାଶ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe