ଖୋଲାରେ ପରିସ୍ରା କଲେ ତଣ୍ଡ ଶହେ

ଖୋଲାରେ ପରିସ୍ରା କଲେ ତଣ୍ଡ ଶହେ

DNA India

ସମ୍ବଲପୁର : ଏଣିକି ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଖୋଲାରେ ପରିସ୍ରା କଲେ ଜରିମାନା ଗଣିବାକୁ ପଡ଼ିବ। ଏ ନେଇ ଏସ୍‌ଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତି ସହରାଞ୍ଚଳରେ ଖୋଲା କିମ୍ବା ସର୍ବସାଧାରଣ ସ୍ଥାନରେ ପରିସ୍ରା କରନ୍ତି ତାଙ୍କୁ ୧୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସୋମବାରଠୁ ଏହା ଲାଗୁ କରାଯିବ ବୋଲି ଏସ୍‌ଏମ୍‌ସିର ପ୍ରବର୍ତ୍ତନ ଅଧିକାରୀ ଶୁଭଙ୍କର ମହାନ୍ତି କହିଛନ୍ତି।

publive-image smcsambalpur.nic.in

ତେବେ ଏସ୍‌ଏମ୍‌ସି ଅଞ୍ଚଳରେ ଶୌଚ ପାଇଁ ଅଳ୍ପ କେତୋଟି ଦେୟଯୁକ୍ତ ସୁଲଭ ଶୌଚାଳୟ କରା ଯାଇଥିଲାବେଳେ ଦେୟମୁକ୍ତ ପରିସ୍ରାଗାର ଆଦୌ ନାହିଁ କହିଲେ ଚଳେ। ପୂର୍ବରୁ ବିଭିନ୍ନ ସ୍ଥାନରେ ଥିବା କାଁଭାଁ ପରିସ୍ରାଗାର ବି ଆଉ ବ୍ୟବହାରଯୋଗ୍ୟ ଅବସ୍ଥାରେ ନାହିଁ। ସହରକୁ ଆସିଥିବା ବାୟୋ ଟଏଲେଟ୍‌ ଗୁଡ଼ିକ ମଧ୍ୟ କେଉଁଠି ବ୍ୟବହାରରେ ନଲାଗି ଅକାମୀ ହୋଇ ପଡ଼ିଛି। ତେଣୁ ସହରବାସୀ, ବିଶେଷ କରି ବିଭିନ୍ନ ବଜାରର ଦୋକାନୀମାନେ ଖୋଲାରେ ‌ପରିସ୍ରା ଯିବାକୁ ଏକପ୍ରକାର ବାଧ୍ୟ ହୁଅନ୍ତି। କୌଣସି ସୁଲଭ ଶୌଚାଳୟକୁ ପରିସ୍ରା ପାଇଁ ଯିବା ସମୟ ସାପେକ୍ଷ ମଧ୍ୟ। ତେଣୁ ନିଗମ ପକ୍ଷରୁ ପ୍ରଥମେ ଆବଶ୍ୟକ ସଂଖ୍ୟକ ପରିସ୍ରାଗାର ବ୍ୟବସ୍ଥା କରି ପରେ ଖୋଲା ପରିସ୍ରା ଉପରେ କଟକଣା ଲାଗୁ କଲେ ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇ ପାରନ୍ତା ବୋଲି ଲୋକେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe