୧୨ ମନ୍ଦିରର ଆଧୁନିକୀକରଣ ପାଇଁ ୧୧୯୫ କୋଟି

୧୨ ମନ୍ଦିରର ଆଧୁନିକୀକରଣ ପାଇଁ ୧୧୯୫ କୋଟି

ଭୁବନେଶ୍ବର : ରାଜ୍ୟ ସରକାର ୨୦୧୯ ମସିହାର ବର୍ତ୍ତମାନ ସୁଦ୍ଧା ୧୨ଟି ମନ୍ଦିରର ଆଧୁନିକୀକରଣ କରୁଛନ୍ତି। ଏଥିପାଇଁ ୧୧୯୪.୮୬୪ କୋଟି ଅନୁଦାନ ଦିଆଯାଇଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ସୂଚନା ଦେଇଛନ୍ତି।

ବିଧାୟକ ଗଣେଶରାମ ସିଂହ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୫୮.୭୦କୋଟି, ପୁରୀସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଇଁ ୫କୋଟି, କଣ୍ଟିଲୋ ନୀଳମାଧବ ମନ୍ଦିର ପାଇଁ ୩୧.୦୪କୋଟି, ମାଁ କଟକ ଚଣ୍ଡୀ ମନ୍ଦିର ପାଇଁ ୭୦କୋଟି, ଖାନ୍‌ନଗରସ୍ଥିତ ମାଁ ଶ୍ମଶାନ କାଳୀ ମନ୍ଦିର ପାଇଁ ୨କୋଟି, ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ୧୯୭.୮୬କୋଟି, ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜଗନ୍ନାଥ ମନ୍ଦିର ପାଇଁ ୫କୋଟି, କୋଣାର୍କ ଐତିହ୍ୟ ବିକାଶ ପ୍ରକଳ୍ପ ପାଇଁ ୧୭୧.୭୯କୋଟି, ଜଗତସିଂହପୁର ମାଁ ଶାରଳା ମନ୍ଦିର ପାଇଁ ୪୨କୋଟି, ସମ୍ବଲପୁର ମାଁ ସମଲେଶ୍ବରୀ ମନ୍ଦିର ପାଇଁ ୨୦୦କୋଟି, ମାଁ ତାରାତାରିଣୀ ମନ୍ଦିର ପାଇଁ ୫.୫୨୪କୋଟି, କେନ୍ଦ୍ରାପଡ଼ା ବଳଦେବ ଜୀଉ ମନ୍ଦିର ପାଇଁ ୫.୯୫କୋଟି ଅନୁଦାନ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe