ଜାଲ ଚାଲାଣ କାଟି ୧୨ କୋଟି ଠକେଇ, ୨ ଗିରଫ

ପାର୍ଲରବାଲିଙ୍କ କାରନାମା: ଭିଡିଓ କରି ମାଗୁଥିଲେ ୨୦ଲକ୍ଷ

Image Courtesy of India Today

ଝାରସୁଗୁଡ଼ା : ଜାଲ ଚାଲାଣ ଓ କାଗଜପତ୍ର ପ୍ରସ୍ତୁତ କରି ଏକ ଘରୋଇ କମ୍ପାନିର କର୍ମଚାରୀ କୋଟି କୋଟି ଟଙ୍କା ଠକି ନେଇଥିବା ସଂପର୍କରେ ଏକ ମାମଲା ସ୍ଥାନୀୟ ଟାଉନ ଥାନାରେ ହୋଇଥିବା ଜଣାଯାଇଛି। ଏ ମାମଲାରେ ପୁଲିସ କେସ୍‌ ନମ୍ବର ୨୧୫ରେ ଦଫା ୪୬୭,୪୬୮, ୪୭୧,୪୨୦, ୪୦୮ରେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ସାବିତ୍ରୀ ବଳ ଜଣାଇଛନ୍ତି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଓଡ଼ିଶା ବେଙ୍ଗଲ କ୍ୟାରିୟର ନାମରେ ଥିବା ଏକ ଟ୍ରନ୍ସପୋର୍ଟ କମ୍ପାନିର ୫୬ଟି ଶାଖା ଦେଶର ବିଭିନ୍ନ ସ୍ଥାନରେ ଅଛି। ଝାରସୁଗୁଡ଼ା ସରବହାଲଠାରେ ଥିବା ଏହି ଶାଖାରେ କର୍ମଚାରୀ ଥିବା ଚେନାରାମ ସାଇନି ଏହି ଶାଖାର ଦାୟିତ୍ବ ତୁଲାଉଥିବା ବେଳେ ଜାଲ କାଗଜପତ୍ର ବଳରେ କମ୍ପାନିକୁ ୧୨ କୋଟି ୧୯ ଲକ୍ଷ ଟଙ୍କାର ଚୁନ ଲଗାଇଥିବା ଅଭିଯୋଗ ‌ହୋଇଥିଲା। ଏହାର ତଦନ୍ତ କରି ପୁଲିସ ସଂପୃକ୍ତ ବ୍ୟକ୍ତିକୁ ରାଞ୍ଚିଠାରୁ ଗିରଫ କରିଥିବା ବେଳେ ତାକୁ ସହଯୋଗ କରୁଥିବା ସରବାହାଲଠାରେ ଥିବ‌ା ଆଶୀର୍ବାଦ କ୍ରିଏସନ୍‌ ପ୍ରିଣ୍ଟିଂ ପ୍ରେସ୍‌ର ମାଲିକ ମୋହନ ପାଠକକୁ ମଧ୍ୟ ପୁଲିସ ଗିରଫ କରିଛି।

ଚେନାରାମ ଏହି ଟଙ୍କାରେ ବିଳାସପୂର୍ଣ୍ଣ କାର, ଜମି କିଣି ଥିବା ବେଳେ ନିଜେ ଆଶୀର୍ବାଦ ଏଣ୍ଟରପ୍ରାଇଜେସ୍‌, ଆଶୀର୍ବାଦ ଲଜିଷ୍ଟିକ୍, ବାବା ରାମଦେବ ରୋଡ଼ୱେଜ ଓ ଆଶୀର୍ବାଦ ଟ୍ରେଡର ନମାରେ ଅନେକ ଫାର୍ମ କରିଥିବା ପୁଲିସ କହିଛି। ଏ ନେଇ ଆହୁରି ତଦନ୍ତ ଚାଲିଥିବା ବେଳେ ଏହି ମାମଲାକୁ କ୍ରାଇମ ବ୍ରାଞ୍ଚକୁ ଦେବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe