ସାଢ଼େ ୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନ‌ଷ୍ଟ

Advertisment
ସାଢ଼େ ୧୩ କୋଟି ଟଙ୍କାର ଗଞ୍ଜେଇ ଗଛ ନ‌ଷ୍ଟ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚାଷ ହେଉଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି। ଶୁକ୍ରବାର ବଘିଆପଡ଼ା ପଞ୍ଚାୟତ ସାମାପାଜୁ ଗ୍ରାମ୍ୟ ଜଙ୍ଗଲରୁ ଅବକାରୀ ବିଭାଗ ଗଞ୍ଜେଇ କିଆରି ଠାବ କରିଛି। ୪୫ ଏକରର ବିସ୍ତୀର୍ଣ୍ଣ ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥିଲା। ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ନେତୃତ୍ବରେ ସମସ୍ତ ଗ‌ଞ୍ଜେଇ ଗଛ କାଟି ପୋଡ଼ି ଦିଆଯାଇଛି। ମୋଟ୍‌ ୧ ଲକ୍ଷ ୩୦ ହଜାର ଗଛ ନଷ୍ଟ କରାଯାଇଥିବା ବେଳେ ଏହାର ବଜାର ଦର ୧୩ କୋଟି ୫୦ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଚଢ଼ଉରେ ଇନ୍‌ସପେକ୍ଟର ବିଜୟ ଧରୁଆ, ବୌଦ୍ଧ ଅବକାରୀ ଥାନା ଅଧିକାରୀ ରମେଶ ମହାନ୍ତି, କଣ୍ଟାମାଳ ଅବକାରୀ ଥାନାଧିକାରୀ ଭଗବାନ ମହାନନ୍ଦିଆଙ୍କ ସହ କର୍ମଚାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe