ଭିଜିଲାନ୍‌ସ ଦେଲା ତଥ୍ୟ, ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧୪.୭୭ କୋଟି ଟଙ୍କା; ଚାଲିଛି ଖୋଳତାଡ଼

Advertisment
ଭିଜିଲାନ୍‌ସ ଦେଲା ତଥ୍ୟ, ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧୪.୭୭ କୋଟି ଟଙ୍କା; ଚାଲିଛି ଖୋଳତାଡ଼

ଭୁବନେଶ୍ୱର: ବହୁଚର୍ଚ୍ଚିତ ଭାରତୀୟ ବନସେବା ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟରେ ୧୪ କୋଟି ୭୭ ଲକ୍ଷ ଟଙ୍କା ଜମା ଥିବା ସୂଚନା ମିଳିଛି । ଭୁବନେଶ୍ୱର ଓ ପୁନେରେ ଥିବା ଆକାଶଙ୍କ ୩ଟି ଆକାଉଣ୍ଟରେ ସିଧାସଳଖ ୯.୪୮ କୋଟି ଟଙ୍କା ନଗଦ ଜମା ହୋଇଥିବା ବେଳେ ଅନ୍ୟ ସୂତ୍ରରୁ ୫.୨୯ କୋଟି ଟଙ୍କା ଜମା ହୋଇଛି। ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଏହା ସହିତ ଜମି ରେକର୍ଡ ସହିତ ଶିକ୍ଷାଗତ ବୃତ୍ତିଗତ ଶିକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ମଧ୍ୟ ଯାଞ୍ଚ କରିଛି ଏସ୍‌ଆଇଟି। ରାଜ୍ୟ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀ ଜବତ ହୋଇଥିବା ମୋବାଇଲ୍ ଫୋନ୍, ଲାପଟପ୍, ସିସିଟିଭି ଫୁଟେଜ୍‌ ପ୍ରଭୃତିର ପରୀକ୍ଷା କରୁଛି।

publive-image

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ଥିବା ପୂର୍ବତନ ଅତିରିକ୍ତ ପିସିସିଏଫ ଅଭୟକାନ୍ତଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଆୟ ବହିର୍ଭୁତ ସମ୍ପତ୍ତି ମାମଲାର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ଚାକିରି ଦେବାକୁ କହି ଠକୁଥିବା ଅଭୟକାନ୍ତଙ୍କ ପୁଅ ଆକାଶ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ମଧ୍ୟ ସମାନ୍ତରାଳ ଭାବରେ ଚାଲିଛି। ଆଜି ଏସ୍‌ଆଇଟିର ୧୨ଟି  ଟିମ୍ ରାଜଗାଙ୍ଗପୁର, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବୌଦ୍ଧ, କୋରାପୁଟ, ବ୍ରହ୍ମପୁର ଓ ଭୁବନେଶ୍ବରର ୭ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି।

ଏଥି ସହିତ ଜଣେ ଏସିଏଫ୍‌,  ତିନିଜଣ ଡିଏଫ୍‌ଓ, ଚାଟର୍ଡ ଫ୍ଲାଇଟ୍‌ ଓ ରୁମ୍‌ ଇତ୍ୟାଦି ବୁକିଂ କରୁଥିବା ଦୁଇଜଣ ଟୁର୍‌ ଅପରେଟର, ତିନିଜଣ ବ୍ୟାଙ୍କ୍‌ ଅଧିକାରୀ ଓ ଗାଡ଼ିଚାଳକକୁ ସେଲ୍‌କୁ ଡାକି ଟିମ୍‌ ଜେରା କରିଛି। ଭୁବନେଶ୍ବରରେ ପିସିସିଏଫ୍‌ କାର୍ଯ୍ୟାଳୟ, ସରକାରୀ ବାସଭବନ ସମେତ ଘାଟିକିଆ ଆପାର୍ଟମଣ୍ଟରେ ମଧ୍ୟ ଛାନ୍‌ଭିନ କରିଛି ଏସ୍‌ଆଇଟି ଟିମ୍‌। ଏହି ଏକକାଳୀନ ଚଢ଼ଉରେ ଭିଜିଲାନ୍ସ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଅଧିକାରୀ ବି ବେନୁଗୋପାଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe